ଛାତ ଉପରେ କାଳିଆ ଦର୍ଶନ ମନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ ଅନିମେଷ ପଟ୍ଟନାୟକ :  ଛାତ ଉପରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଦେଖିବାକୁ ରୋକ ଲଗାଇଛି ପୁରୀ ପ୍ରଶାସନ । ଘରେ ରହି ଟିଭି ଜରିଆରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ସରକାର କଟକଣା କରିଛନ୍ତି । 

ବଡ଼ଦାଣ୍ଡର ବଡଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପ୍ରସ୍ତୁତ ହେଉଛି । ରଥ କାମ ଶେଷ ପର୍ଯ୍ୟାୟ ପ୍ରାୟ ।  ଦିନ କେଇଟା ପରେ ରଥଯାତ୍ରା । ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ । ହେଲେ ଦର୍ଶନ କରିପାରିବେନି ବଡ଼ଦାଣ୍ଡ ବାସୀ । ବଡ଼ଦାଣ୍ଡରେ ରହିଥିବା କୋଠା ଉପରେ ରହିବ କଡ଼ା ନଜର ।  ୧୧ ତାରିଖରୁ  ୧୩ ତାରିଖ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ୧୪୪ ଧାରା ଜାରି ରହିବ । ଘରେ ରହି ସମସ୍ତେ ଟିଭିରେ ରଥଯାତ୍ରାର ପ୍ରସାରଣ ଦେଖିପାରିବେ । 

ସେହିପରି ବଡ଼ଦାଣ୍ଡର ସମସ୍ତ ଲଜ ଓ ହୋଟେଲକୁ କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । କୌଣସି ବାହାର ଲୋକ କି ଶ୍ରଦ୍ଧାଳୁଙ୍କୁ ରଖିପାରିବେନି ହୋଟେଲ କି ଲଜ । ନୀୟମର ଉଲ୍ଲଘଂନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

0
0
0
s2sdefault