ଟିଟିଲାଗଡ, (ଗୌରବ ଦର୍ଜୀ)-ଟିଟିଲାଗଡ଼ର ତହସିଲଦାର ପ୍ରେମଲାଲ ହିଆଳଙ୍କୁ ଟିଟିଲାଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ। ବଲାଙ୍ଗୀର ଜିଲ୍ଲା ନଗର ଉନ୍ନୟନ ବିଭାଗର ଜୁଲାଇ ତିନି ତାରିଖ ର ଆଦେଶ କ୍ରମାଙ୍କ ୮୩୪ ରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଟିଟିଲାଗଡ ତହସିଲଦାର ପ୍ରେମ ଲାଲ ହିଆଲଙ୍କୁ ପୌର ପରିଷଦର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ନିର୍ବାହ କରିବାପାଇଁ ଆଦେଶ ଜାରି କରିଛନ୍ତି। ଟିଟିଲାଗଡ ପୌର ପରିଷଦର ଉନ୍ନୟନ କାର୍ଯ୍ୟ ବିନା ବାଧାବିଘ୍ନରେ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ହିଆଲଙ୍କୁ ପୌରପରିଷଦ ନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ଵ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ
ଟିଟିଲାଗଡ ତହସିଲଦାରଙ୍କୁ ପୌର ପରିଷଦ ନିର୍ବାହୀ ଅଧିକାରୀ ଅତିରିକ୍ତ ଦାୟିତ୍ଵ ।
- Hits: 407







