ପୌର ପରିଷଦର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ  ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ବିଧାୟିକା ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ପୌର ପରିଷଦ ଦ୍ଵାରା ନିର୍ମାଣ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ  ପ୍ରାୟ ସାତଟି ପ୍ରକଳ୍ପର  ଉଦ୍ଘାଟନ ଓ ଭିତ୍ତିପ୍ରସ୍ତ ସ୍ଥାପନ କରିଛନ୍ତି। ଟିଟିଲାଗଡ ପୋଲିସ ଷ୍ଟେସନ ସମ୍ମୁଖରେ ନିର୍ମାଣ ହୋଇଥିବା ନୂତନ ଶୌଚାଳୟ,ସାହାରା ଅଫିସ ପାଖରେ ଡ୍ରେନ, ମୁନିସିପାଲିଟି ପଛପଟେ ଦୁଇ ଚକିଆ ପାର୍କିଂ ଜୋନ, ରେଳ ଷ୍ଟେସନରୁ ୱେରହାଉସ ପାଖରେ ଫ୍ରୀ ପାର୍କିଂ ଜୋନ , ହାଟପଦାରେ ପରିବାର ବଜାର ଓ ଦୋକାନ ଗୃହ ର ଉଦ୍ଘାଟନ କରିବା ସହ ସର୍ଗିଗୁଡ଼ା ରାମ ମନ୍ଦିରର ପୁନଃ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସହ ଟିଟିଲାଗଡର ବିଦାୟୀ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଉପ ଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନ , ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ , ଥାନା ଅଧିକାରୀ ରଞ୍ଜନ ବରିହା, ପୋଲିସ କର୍ମଚାରୀ, ପୌର ପରିଷଦର କର୍ମଚାରୀ ଓ ବିଜୁ ଜନତା ଦଳର ବିଭିନ୍ନ ସଦସ୍ୟ ଉପସ୍ଥିତ ଥିଲେ।

0
0
0
s2sdefault