ରକ୍ତହୀନତାରେ ପୀଡିତ ତିନି ଛୁଆଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବ ସରପଞ୍ଚ ଯଶୋବନ୍ତି 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ସଚ୍ଚା ଲୋକ ପ୍ରତିନିଧି ହେବାର ନଜିର ସୃଷ୍ଟି କରିଛନ୍ତି  ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଭାଇସାଦରହାର  ସରପଞ୍ଚ କୁମାରୀ ଯଶୋବନ୍ତି ନାୟକ | ରକ୍ତହୀନତା ରୋଗରେ ପୀଡିତ ତିନି ଶିଶୁଙ୍କ ପ୍ରତି ସହାୟତାର ହାତ ବଢାଇବା ସହ ଭବିଷ୍ୟତରେ ଯଥାସାଧ୍ୟ ସରକାରୀ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ସରପଞ୍ଚ ଯଶୋବନ୍ତି |   ଗତ ପଂଚାୟତ ନିର୍ବାଚନରେ ସରପଞ୍ଚ ଭାବରେ ନିର୍ବାଚିତ ହେବା ପରଠାରୁ ନିଜ ପଂଚାୟତ ବାସୀଙ୍କର ସବୁ ପ୍ରକାର ସୁଖଦୁଃଖରେ ନିଜକୁ ସାମିଲ କରିଆସିଥିବା ତଥା ନିଜ ପଂଚାୟତ ଲୋକଙ୍କପାଇଁ ମୌଳିକ ସେବା ପ୍ରଦାନ ସକାଶେ ଉଦ୍ୟମ କରି ଆସୁଥିବା ଜାଶିବନ୍ତୀଙ୍କ ଏତାଦୃଶ କାମକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି । ସୂଚଚନାଯୋଗ୍ୟ ଯେ ଗତ ତ୍ରିସ୍ତରୀୟ ନିର୍ବାଚନ ସମୟରେ ସେ ଗ୍ରାଜୁଏସନ କରୁଥିବା ବେଳେ ବର୍ତ୍ତମାନ ସେ ବରଗଡ଼ ଆଇନ ମହାବିଦ୍ୟାଳୟର ଶେଷ ସେମିଷ୍ଟର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । 

     ସୂଚନା ଅନୁଯାୟୀ, ଭାଇସଦରହା ଗ୍ରାମର ପନ୍ଦର ବର୍ଷୀୟ ରୁକ୍ମନ ରାଉତ , ମଞ୍ଜୁ ରାଉତ ( ୯ )ଓ ହେମ୍ବାଇ ବାଗ (୧୧)ଙ୍କୁ ରକ୍ତ ହୀନତା ରୋଗ ଥିବାରୁ ସେମାନଙ୍କୁ କିଛିଦିନ ଅନ୍ତରାଲ ରେ ରକ୍ତ ଦେବାକୁ ପଡିଥାଏ । ଗାଁରୁ ରକ୍ତ ଦେବା ପାଇଁ ବାରମ୍ବାର ଯିବାକୁ ପଡିଥାଏ । ଛୁଆ ମାନଙ୍କର ପରିବାର ଲୋକଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ  ଶୋଚନୀୟ । ଅନେକ ସମୟରେ ଅର୍ଥର ଅଭାବ କାରଣରୁ ସେମାନେ ଠିକ ସମୟରେ ଡାକ୍ତରଖାନା କୁ ପହଂଚି  ପାରୁନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ରୁକ୍ମଣ ଓ ମଞ୍ଜୁ ଦୁହେଁ ଭାଇ ଭଉଣୀ । ସରପଞ୍ଚ ତାଙ୍କର ପରିବାର ଲୋକଙ୍କୁ ଭେଟିବା ସହିତ ବର୍ତ୍ତମାନ ଛୁଆ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ପରବର୍ତ୍ତୀ ସମୟରେ ଡାକ୍ତରଖାନାକୁ ଯିବା ପାଇଁ ଯାହା ଖର୍ଚ୍ଚ ଆବଶ୍ୟକ ସେ ନିଜେ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହିତ ଛୁଆ ମାନଙ୍କୁ ଯେମିତି ଭବିଷ୍ୟତ ରେ ରକ୍ତ ପାଇଁ କୋଣସି ସମସ୍ୟା ନହୁଏ ସେଥିପାଇଁ  ଓଡିଶା ମୋ ପରିବାରର ବରଗଡ଼ ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଛୁଆମାନଙ୍କୁ ରକ୍ତ ପାଇଁ କୋଣସି ପ୍ରକାର ଅସୁବିଧା ହେବନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଅଧିକାରୀ ମାନଙ୍କର ସହିତ ଆଲୋଚନା କରି ଭବିଷ୍ୟତରେ ଏହି ତିନି ଜଣ ଛୁଆଙ୍କର ପାଇଁ ଆହୁରି କଣ ସରକାରୀ ସହାୟତାର ବ୍ୟବସ୍ଥା କରାଯାଇ ପାରିବ ସେ ଦିଗରେ ପ୍ରୟାସ କରିବି ବୋଲି ସରପଞ୍ଚ କହିଛନ୍ତି । 

ଯଶୋବନ୍ତି ସରପଞ୍ଚ ଦାୟିତ୍ୱ ଗ୍ରହଣ କରିବା ପରେ ନୂତନ ଭାବରେ ନିଜ ପଞ୍ଚାୟତ ଅନ୍ତର୍ଗତ ଦିୱାନପାଲି, ନଲିପାଣି , ସୂର୍ଯ୍ୟମଣିପୁର , କପାଟି ,ଭଇସାଦରହା , ଚନ୍ଦ୍ରମଣିପୁର  ଆଦି ଗ୍ରାମରେ ଅନେକ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଥିବା ଜଣା ପଡ଼ିଛି । ଦୀର୍ଘ ବହୁବର୍ଷ ଧରି ଅଞ୍ଚଳବାସୀ ଲୋହାରସିଂ ଗ୍ରାମରୁ କଟାପଡା ପର୍ଯନ୍ତ ଏକ ରାସ୍ତା ଦାବି କରି ଆସୁଥିଲେ । ସରପଞ୍ଚ ଏହି ବାବଦରେ ବିଧାୟକଙ୍କର ସହିତ ଆଲୋଚନା କରି ବିଧାୟକ ଙ୍କର ଦ୍ୱାରା ଏହି ରାସ୍ତା କାମଟି ସମ୍ପୂର୍ଣ୍ଣ କରାଇ ପାରିଥିଲେ । ପଞ୍ଚାୟତର ସମସ୍ତ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ସରକାର ଙ୍କର ବିଭିନ୍ନ ଯୋଜନାରେ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ଅଧିକାଂଶ ଲୋକଙ୍କୁ  ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଛି । ଆଗାମୀ ଦିନରେ ଆହୁରି ଅନେକ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବା ପାଇଁ ପ୍ରୟାସ ଜାରି ରହିଥିବା ସରପଞ୍ଚ କହିଛନ୍ତି । ଏହା ସହିତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କର ନିର୍ଦେଶରେ  ଲୋକଙ୍କର କାମ କରିବା ସହିତ ନିଜର ପାଠ ପଢ଼ା ମଧ୍ୟ ଜାରି ରଖିଛନ୍ତି ସରପଞ୍ଚ ଯଶୋବନ୍ତି ନାୟକ ।

0
0
0
s2sdefault