ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ -ଆଜି ଦ୍ଵିତୀୟ ଦିନରେ ବିଜେପି ମଣ୍ତି ସମସ୍ୟା ନେଇ ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଘେରିଲା । ରବି ଧାନ କିଣା ସମୟରେ ଚାଷୀ ଙ୍କ ଟୋକନ ସମୟ ସୀମା ବୁଦ୍ଧି , ମଣ୍ତିରେ ପଡିରହିଥିବା ଧାନ ତୁରନ୍ତ ଉଠାଯାଉ , ମିଲର ଓ ସରକାର ମିଲିମିଶି ଚାଷୀ ଙ୍କ ଧାନ କଟନ ଛଟନି ବନ୍ଦ କରିବା ପାଇ ବିଜେପି ଦାବି କରିଛି । ଏହାକୁ ନେଇ ଜିଲ୍ଲା ଯୋଗଣ ଅଧିକାରୀ କାର୍ଯ୍ୟାଳୟରେ ବିଜେପି ଦିର୍ଘ ଘଣ୍ଟା ଧରି ଧାରଣା ଦେଵା ସହ ଘେରାଉ କରିଥିଲା । ପରେ ଜିଲ୍ଲା ଯୋଗାଣ କାର୍ଯ୍ୟାଲୟ ମୁଖ୍ୟ ଅଧିକାରୀ ଙ୍କୁ ଦାବି ପ୍ରଦାନ କରିଥିଲେ । ସେପଟେ ଦୁଇ ଦିନ ଭିତରେ ଯୋଗାଣ ଅଧିକାରୀ କେତେ ଧାନ ପଡିରହିଛି ସେନେଇ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।ଯୋଗାଣ ଅଧିକାରୀ ଙ୍କ ସହ ଆଲୋଚନା କରି ସମସ୍ୟା ଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବିରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦାବୀପତ୍ର ପ୍ରଦାନ କରାଯାଇଥିଲା |
ରାଜ୍ୟ
ବିଜେପି କୃଷକ ମୋର୍ଚ୍ଚା କଲା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଓ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ।
- Hits: 438