ହେଡଲାଇନସ୍:

ଛଟେଇ କମ୍ପ୍ୟୁଟର ଶିକ୍ଷକ ଙ୍କୁ ପୁନଃ ନିଯୁକ୍ତି ପାଇଁ ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଂଘ ର ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ସମଲପୁର ଜିଲ୍ଲାର ୧୦୫ ସରକାରୀ ବିଦ୍ୟାଳୟ ରେ ୧୦୫ କଣ କମ୍ପ୍ୟୁଟର ଶିକ୍ଷକ ତଥା ରାଜ୍ୟରେ ୪୦୦୦ କମ୍ପ୍ୟୁଟର ଶିକ୍ଷକ ଛଟେଇ ହୋଇ ଘରେ ବସିଛନ୍ତି । ଓଡ଼ିଶାର ସମସ୍ତ ହାଇସ୍କୁଲ ର ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷା ତଥା ଅନଲାଇନ ଶିକ୍ଷା ରୁ ଏବେ ସମ୍ପୂର୍ଣ ବଞ୍ଚିତ ହୋଇଛନ୍ତି । ବର୍ତ୍ତମାନ କୋଭିଡ଼ ସମୟରେ ସେମାନଙ୍କର ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଆଇସିଟି ଲ୍ୟାବଗୁଡିକ ମଧ୍ୟ ଅଚଳ ହୋଇ ନଷ୍ଟ ହେବାରେ ଲାଗିଛି I ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାର ସମସ୍ତ ବିଦ୍ୟାଳୟ ମାନଙ୍କର କମ୍ପ୍ୟୁଟରର ଆବଶ୍ୟକତା ରହିଅଛି । ତେଣୁ କୋଭିଡ-୧୯ ସମୟରେ ଅନଲାଇନ ଶିକ୍ଷା ପହଞ୍ଚାଇବା ନିମନ୍ତେ ତଥା ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶକୁ ପାଳନ କରି ସମ୍ବଲପୁର ଜିଲ୍ଲାର ୧୦୫ ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କ ସହିତ ରାଜ୍ୟର ୪୦୦୦ ଛଟେଇ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ଯଥାଶୀଘ୍ର ପୁନଃ ନିଯୁକ୍ତି ଦେବାକୁ ସମ୍ବଲପୁର ଜ଼ିଲ୍ଲା ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ଆଜି ଦାବି ହୋଇଛି I କୋଭିଡ ୧୯ ର ତୃତୀୟ ଲହରୀ କୁ ଆଖି ଆଗରେ ରଖି ସମସ୍ତ ଗରିବ ଛାତ୍ରଛାତ୍ରୀ ମାନଙ୍କ ପାଖରେ ଅନଲାଇନ ଶିକ୍ଷା ପହଞ୍ଚାଇବା ନିମନ୍ତେ ଦୀର୍ଘ ପାଞ୍ଚବର୍ଷ ଧରି ଆଇ.ସି.ଟି (ଇ-ବିଦ୍ୟାଳୟ) ଯୋଜନାରେ କାର୍ଯ୍ୟ କରି ଆସୁଥିବା ୪୦୦୦ ଛଟେଇ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରିବା, ଉଚ୍ଚତମ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶକୁ ଭିତ୍ତି କରି ଯଥାଶୀଘ୍ର ଏକମାସ ଭିତରେ କୌଣସି ଘରୋଇ ସଂସ୍ଥା ହାତରେ ଟେକି ନ ଦେଇ ସରକାରୀ ସ୍ତରରେ କମ୍ପ୍ୟୁଟର ଶିକ୍ଷକ ମାନଙ୍କୁ ଲ୍ୟାବ ହେଣ୍ଡଓଭର କରି ପିଲାମାନଙ୍କର ଗୁଣାତ୍ମକ ଶିକ୍ଷାର ମାନକୁ ବଢାଇବାରେ ସହାୟକ ହେବା, ବେସରକାରୀ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ ଥିବାରୁ ଛାତ୍ରଛାତ୍ରୀ ମାନେ ସରକାରୀ ବିଦ୍ୟାଳୟ ଅପେକ୍ଷା ବେସରକାରୀ ବିଦ୍ୟାଳୟ ମୁହାଁ ହେଉଛନ୍ତି । ତେଣୁ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ନିମନ୍ତେ କମ୍ପ୍ୟୁଟର ବିଷୟକୁ ବାଧ୍ୟତାମୂଳକ କରିବା ଏବଂ ୟୁଟ୍ୟୁବ କ୍ଲାସ ଏବଂ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ ଇ ପାଠଶାଳା ରେ ଛଟେଇ ଶିକ୍ଷକ ମାନଙ୍କୁ ପଢାଇବା ପାଇଁ ସାମିଲ କରି ଇ ବିଦ୍ୟାଳୟ ଯୋଜନା କୁ କାର୍ଯ୍ୟକାରୀ କରିବା ଦାବି କରିଛି ସମ୍ବଲପୁର ଜ଼ିଲ୍ଲା ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ I                                                    

 ରାଜ୍ୟ ସରକାର ଙ୍କ ଗଣ ଶିକ୍ଷା ବିଭାଗ ପ୍ରିନସିପାଲ ସେକ୍ରେଟାରୀ ଏବଂ ରାଜ୍ୟ ପ୍ରୋଜେକଟ ଡାଇରେକ୍ଟରଙ୍କ ଉଦ୍ଦେଶ୍ୟରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି I ସ୍ୱତନ୍ତ୍ର ଭୁ ଅର୍ଜନ ଅଧିକାରୀ ସରୋଜ ମିଶ୍ର ଏହି ଦାବି ପତ୍ର ଗ୍ରହଣ କରିଥିଲେ I ଏହି ଦାବି ପତ୍ର ପ୍ରଦାନ ସମୟରେ ସମ୍ବଲପୁର ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ର ସଭାପତି ଜୟଦେବ ପ୍ରଧାନ, ସାଧାରଣ ସମ୍ପାଦକ ସରୋଜ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ଭୋସାଗର, ବାସୁଦେବ ବେହେରା, ଆଶିଷ କୁମାର ପଟେଲ, ରଞ୍ଜନ ହାତୀ, ରାମ ନାରାୟଣ ବେହେରା, ରାକା ପଶାୟତ, ଦିପକ ବେହେରା, ଲଷ୍ମଣ କୁମାର ବାଗ ପ୍ରମୁଖ ଉପସ୍ଥିତ ଥିଲେ I

0
0
0
s2sdefault