୭୨ତମ ବନ ମହୋତ୍ସବ ପାଳିତ : ମନ୍ତ୍ରୀ  ଜଗନ୍ନାଥ ସାରକା ଯୋଗଦାନ କରି ବୃକ୍ଷ ରୋପଣ କଲେ |

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 ରାୟଗଡ/ ସରୋଜ ସାହୁ -  ରାମନାଗୁଡା ବ୍ଲକ ଅନ୍ତର୍ଗତ ରୋବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ରୋବାଡି  ପ୍ରାଥମିକ ସ୍ୱାସ୍ଥ୍ୟ  କେନ୍ଦ୍ର ପରିସରରେ 72ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି   । ଏହି କାର୍ଯ୍ୟକ୍ରମରର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗଦେଇଥ ବୃକ୍ଷ ରୋପଣ କରୁଥିଲେ ଓ ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଗୁଣପୁର ବନ ଖଣ୍ଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ  ମନ୍ତ୍ରୀ ଉପସ୍ଥିତ ରହି ବିଦ୍ୟାଳୟ ପରିସର ଓ ଚିକିତ୍ସାଲୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର ବନାଞ୍ଚଳ ଅଧିକାରୀ ଶ୍ରୀ ରଞ୍ଜନ କୁମାର ମହାନ୍ତି, ବାଙ୍କିଲି ପଞ୍ଚାୟତ ସରପଞ୍ଚ ଶ୍ରୀ ବିଶି କେଶନ କଣ୍ଡଗୋରୀ ଓ ବନ ପାଳ ଶ୍ରୀ ଭଗବାନ ସାରକା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ମେଡିକାଲ କର୍ମଚାରୀ, ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault