ନିଶା ଔଷଧ ବିକ୍ରି କରୁଥିବା ତିନି ଜଣକୁ ଗିରଫ କଲା ପାଇକମାଲ ପୋଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳରେ ନିଶା ଔଷଧ ଯେପରିକି କୋରେକ୍ସ,ଇଂଜେକ୍ସନ ବିକ୍ରି କରି ଯୁବ ପିଢିଙ୍କୁ ପଥଭ୍ରଷ୍ଟ କରୁଥିବା ଭଲି ଅଭିଯୋଗ ହେବାପରେ ପାଇକମାଲ ଥାନା ଅଧିକାରୀ ବିଶ୍ବଜିତ ମଧବୋଧଙ୍କ ନେତୄତ୍ବରେ ଏକ ଟିମ ପାଇକମାଲ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଏହି ଚଢାଉରେ ଜଣ ନିଶା ଔଷଧ ବିକ୍ରି କରୁଥିବା ତିନି ଜଣକୁ ଗିରଫ କରିଛି ପାଇକମାଲ ପୋଲିସ । ଗିରଫ ନିଶା ଔଷଧ ବିକ୍ରେତା ମାନେ ହେଲେ ପାଇକମାଲ ସହରର ମୁକେଶ ଅଗ୍ରୱାଲ ଓରଫ କାଲୁ, ଲଲିତା ରାଓ ଓ ମୁକେଶ ରାଓ । ସେମାନଙ୍କ ପାଖରୁ ୨୨ ଗୋଟି କୋରେକ୍ସ ବୋତଲ,୨୧ ଗୋଟି ନାଇଟ୍ରୋସେନ ଟାବଲେଟ,୬୮ ଗୋଟି ନିଶା ଇଂଜେକ୍ସନ ଗୋଟାଏ ମୋବାଇଲ ଫୋନ,ଗୋଟିଏ ବଜାଜ ପଲସର ଗାଡି ଓ ୪୨୦୦ ଟଙ୍କା ଜବତ କରାଯାଇଛି । ନିଶା ଔଷଧ ବିକ୍ରି ମାମଲାରେ ପାଇକମାଲ ଥାନା କେଶ ନମ୍ବର ୧୧୪/୨୧ ତା ୩୦.୦୬.୨୦୨୧ ର

ଧାରା ୨୭୪/୨୭୫/୩୪ ଆଇପିସି ଆଧାରରେ ତିନିଜଣଙ୍କୁ  କୋର୍ଟ ଚାଲାଣ କରିଛି ପାଇକମାଲ ପୋଲିସ । ଏହି ଚଢାଉରେ ଏସଆଇ ଚୁମକିପ୍ରଭା ନାଥ,ଏସଆଇ ସୁମିତ କୁମାର ଦୋରା,କନେଷ୍ଟବଳ ଅରୁଣ ରାଉତ, କନେଷ୍ଟବଳ ମୋତି ବାଗ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

0
0
0
s2sdefault