କୃଷି ମନ୍ତ୍ରୀ ଡ. ସାହୁଙ୍କ ଦ୍ୱାରା ଫସଲବୀମା ସଚେତନତା ପ୍ରଚାର ଗାଡ଼ିର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଫସଲବୀମା ସପ୍ତାହ ଅବସରରେ ଜନସଚେତନତା ବୃଦ୍ଧି ପାଇଁ ଉଦ୍ୟମ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଫସଲବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତିା 

ଏହି ଅବସରରେ ୧୦ଟି ଆକାଂକ୍ଷୀ ଜିଲ୍ଲାର ୧୦ଟି ପଛୁଆ ବ୍ଲକରେ  ଚାଷୀମାନଙ୍କୁ ଅଧିକ ସଚେତନ କରିବା ପାଇଁ ୨ଟି ପ୍ରଚାର ଗାଡ଼ିର ବ୍ୟବସ୍ଥା କରାଯାଇଛିା ପ୍ରଥମ ଗାଡ଼ିଟି ଭୁବନେଶ୍ୱରରୁ ବାହାରି ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ବ୍ଲକ୍ଗୁଡ଼ିକ ପରିକ୍ରମା କରିବ ଏବଂ ଦ୍ୱିତୀୟ ଗାଡ଼ିଟି ଢେଙ୍କାନାଳରୁ ଯାତ୍ରା ଆରମ୍ଭ କରି ଢେଙ୍କାନାଳ ସମେତ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ବ୍ଲକ୍ରେ ପ୍ରଚାର କାର୍ଯ୍ୟ କରିବା ଫସଲ ବୀମା ଯୋଜନା ସମ୍ବନ୍ଧରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ନିମନ୍ତେ ଚଳିତ ବର୍ଷ ଜୁଲାଇ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ "ଫସଲବୀମା ସପ୍ତାହ' ପାଳନ କରାଯାଉଛିା 

ଖରିଫ ୨୦୨୦ ବର୍ଷରେ ରାଜ୍ୟରେ ମୋଟ ୧୫.୫ ଲକ୍ଷ ଚାଷୀଙ୍କର ୧୧.୩୮ ଲକ୍ଷ ହେକଫର ଜମିକୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୂକ୍ତ କରାଯାଇଥିଲାା ଚଳିତ ଖରିଫ ଋତୁରେ ୧୨.୫ ଲକ୍ଷ ହେକଫର ଜମିକୁ ବୀମାଭୂକ୍ତ କରିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛିା ଚଳିତ ଖରିଫ ଋତୁରେ ବୀମା ପଂଜୀକରଣ ନିମନ୍ତେ ୩୧ ଜୁଲାଇ ଶେଷ ତାରିଖ ରହିଛିା ଏହି ଯୋଜନା ଖରିଫ ଋତୁରେ ୮ଟି ଫସଲ ଯଥା ଧାନ, କପା, ମକା, ମାଣ୍ଡିଆ, ହରଡ଼, ଚିନାବାଦାମ, ଅଦା ଏବଂ ହଳଦୀକୁ ଅନ୍ତର୍ଭୁକ୍ତ କରାଯାଇଛିା 

ସେହିପରି ରବି ଋତୁରେ ୯ଟି ଫସଲ ଯଥା ଧାନ, ମୁଗ, ବିରି, ଚିନାବାଦାମ, ଆଳୁ, ସୋରିଷ, ସୂର୍ଯ୍ୟମୁଖୀ, ପିଆଜ ଏବଂ ଆଖୁ ଫସଲକୁ ବିଜ୍ଞପତ କରାଯାଇଛିା ଏଥି ନିମନ୍ତେ ଖରିଫ ଋତୁରେ ଚାଷୀମାନଙ୍କୁ ସ୍କେଲ ଅଫ ଫାଇନାନ୍ସର ୨% ପ୍ରିମିୟମ୍ ପ୍ରଦାନ କରିବାକୁ ପଡ଼ୁଥିବାବେଳେ ରବି ଋତୁରେ ୧.୫% ପି୍ରମିୟମ୍ ପ୍ରଦାନ କରିବାକୁ ହୋଇଥାଏା ମାତ୍ର ବ୍ୟବସାୟିକ ଫସଲ ଯଥା ଆଳୁ, ପିଆଜ, ଅଦା, ହଳଦୀ, ଆଖୁ ପାଇଁ ୫% ପ୍ରିମିୟମ୍ ଦେବାକୁ ପଡ଼ିଥାଏା ବୀମା ପ୍ରିମିୟମ୍ର ବାକି ରାଶି ରାଜ୍ୟ ଏବଂ କେନ୍ଦ୍ର ସରକାର ୫୦:୫୦ ଅନୁପାତରେ ବହନ କରିଥାନ୍ତିା ବୀମା ଯୋଜନା ନିମନ୍ତେ ଆମ ରାଜ୍ୟର ଜିଲ୍ଲାମାନଙ୍କୁ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି ଏବଂ ଏଥି ନିମନ୍ତେ ୩ଟି ବୀମା କମ୍ପାନୀ ନିୟୋଜିତ କରାଯାଇଛିା ସେଗୁଡ଼ିକ ହେଲା ଏଗ୍ରିକଲଚର ଇନ୍ସୁରାନ୍ସ କଂପାନୀ ଲିମିଟେଡ୍, ରିଲାୟନ୍ସ ଜିଆଇସି ଲିମିଟେଡ୍ ଏବଂ ଏଚ୍.ଡି.ଏଫ୍.ସି ଏର୍ଗୋ ଜିଆଇସି ଲିମିଟେଡ୍ | ସମସ୍ତ ବ୍ୟାଙ୍କ, ପ୍ୟାକ୍ସ ଏବଂ ଜନସେବା କେନ୍ଦ୍ର ମାଧ୍ୟମରେ ଚାଷୀମାନଙ୍କର ପଂଜୀକରଣ କରାଯିବାର ବ୍ୟବସ୍ଥା କରାଯାଇଛିା 

ଫସଲ ବୀମା ଯୋଜନାକୁ ସୁଦୂରପ୍ରସାରୀ କରିବା ନିମନ୍ତେ ରାଜ୍ୟ ସରକାର ମଧ୍ୟ ନିଜସ୍ୱ ଯୋଜନା ପ୍ରଣୟନ କରିଛନ୍ତିା ବୀମା କାର୍ଯ୍ୟକୁ ଅଧିକ ସୁସଂଗତ କରିବା ପାଇଁ ଆମ ରାଜ୍ୟର ଭୁଲେଖ ପୋର୍ଟାଲକୁ ନ୍ୟାସନାଲ କ୍ରପ୍ ଇନ୍ସୁ୍ୟରାନ୍ସ ପୋର୍ଟାଲ ସହ ସଂଯୋଗୀକରଣ କରାଯାଇଛିା ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨୦୧୬ ମସିହାଠାରୁ ଅଦ୍ୟାବଧି ୩୯.୬୪ ଲକ୍ଷ ବୀମାଭୂକ୍ତ ଜମି ବାବଦରେ ହିତାଧିକାରୀଙ୍କୁ ୪୯୬୩.୩୪ କୋଟି ଟଙ୍କାର ବୀମାରାଶି ପ୍ରଦାନ କରାଯାଇଛିା 

ଆଜିର କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲୋ 

0
0
0
s2sdefault