ଦୁର୍ଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମ : ମଙ୍ଗଳବାର ଦିନ ୨୪ ଟି କେନ୍ଦ୍ରରେ ଉତ୍ସାହ ଓ ଶାନ୍ତିଶୃଙ୍ଖଳାର ସହ ଟୀକାକରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗମ ଭରା ଅଞ୍ଚଳ ପରିଡା ପଞ୍ଚାୟତର ପରିଡା ଗ୍ରାମ ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱତନ୍ତ୍ର ଭାବେ ଉତ୍ସାହ , ଆନନ୍ଦ ଓ ଶାନ୍ତିଶୃଙ୍ଖଳାର ସହ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଏଥି ସହିତ ଜିଲ୍ଲାର ୨୪ ଗୋଟି କେନ୍ଦ୍ରରେ ମଧ୍ୟ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କ ନିମନ୍ତେ ପ୍ରଥମ ଡୋଜ୍ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଉତ୍ସାହ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲାରେ ଗତକାଲି ସୁଦ୍ଧା ସମସ୍ତ ବର୍ଗର ମୋଟ ୧ ଲକ୍ଷ ୧୯ ହଜାର ୫୬୭ ଜଣ ପ୍ରଥମ ଡୋଜ୍ ଟୀକା ନେଇଥିବା ବେଳେ ୨୪ ହଜାର ୧୪୩ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି । ସେମାନଙ୍କ ମଧ୍ୟରୁ  ସ୍ୱାସ୍ଥ୍ୟ ବିଭାଗର ୬୪୮୯ ଜଣ ପ୍ରଥମ ଡୋଜ୍ ଏବଂ ୫୫୦୬ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି । 

ସେହିଭଳି ଆଗଧାଡ଼ିର କରୋନା ଯୋଦ୍ଧା କର୍ମଚାରୀ ୫୦୬୫ ଜଣ ପ୍ରଥମ ଡୋଜ୍ ଏବଂ ୨୯୩୯ ଜଣ ଦ୍ଵିତୀୟ ଡୋଜ୍  ଟୀକା ନେଇଛନ୍ତି । ସେହିଭଳି ୪୫ ରୁ ୫୯ ବର୍ଷ ବୟସର ମୋଟ ୪୫ ହଜାର ୭୫୩ ଜଣ ପ୍ରଥମ ଡୋଜ୍ ଏବଂ ୫୮୧୧ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି ।

 ସେହିଭଳି ୬୦ରୁ ଉର୍ଦ୍ଧ୍ବ ବୟସର ୩୩ ହଜାର ୪୪୨ ଜଣ ପ୍ରଥମ ଡୋଜ୍ ଏବଂ ୯୮୮୭ ଜଣ ଦ୍ଵିତୀୟ ଡୋଜ୍ ଟୀକା ନେଇଛନ୍ତି। ସେହିଭଳି  ୧୮ ରୁ ୪୪ ବର୍ଷ ବୟସର ବର୍ତ୍ତମାନ ସୁଦ୍ଧା ୨୮ ହଜାର ୮୧୮ ଜଣ ପ୍ରଥମ ଡୋଜ୍ କୋଭିଡ ଟୀକା ନେଇଛନ୍ତି । 

ଟୀକା ନେବା ପାଇଁ ୧୮ ରୁ ୪୪ ବର୍ଷ ବୟସର ବ୍ୟକ୍ତି ମାନେ ଏଥିପାଇଁ ଖୋଲା ଯାଇଥିବା କୋଇନ୍ ପୋର୍ଟାଲରେ ନାମ  ପଞ୍ଜିକରଣ କରି ସ୍ଲଟ ବୁକିଙ୍ଗ କରିଥିଲେ । 

ଦୀର୍ଘ ଦିନର ଅପେକ୍ଷା କରିବା ପରେ ଏହି କୋଭିଡ୍ ଟୀକାକରଣର ସୁଯୋଗ ସେମାନଙ୍କୁ ମିଳିଥିବା ଯୋଗୁଁ ବହୁ ସଂଖ୍ୟାରେ ଯୋଗ୍ୟ ହିତାଧିକାରୀ ମାନେ ଆଗ୍ରହର ସହ ଆସି ପ୍ରତିଖ୍ୟାଳୟରେ ଅପେକ୍ଷା କରି ଧାଡିରେ ଆସି ଟୀକାକରଣ ପାଇଁ ପଞ୍ଜିକରଣ କରିଥିଲେ। ଟୀକା ନେବାପରେ ସେମାନଙ୍କୁ ୩୦ ମିନିଟ୍ ପର୍ଯ୍ୟନ୍ତ ନିରୀକ୍ଷଣ କକ୍ଷରେ ବସାଯାଇଥିଲା। 

ପରିଡା ଗ୍ରାମରେ ଅନୁଷ୍ଠିତ ୧୮ ରୁ ୪୪ ବର୍ଷ ବୟସର ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ  ଏ ଏନ୍ ଏମ୍ : ଅରୁଣା କୁମାରୀ ପଟ୍ଟନାୟକ ଓ ରିତା ନାୟକ ,  କୋଭିଡ ଟୀକା ଦେଇଥିଲେ ।  ସମସ୍ତ ଟୀକାକରଣ କାର୍ଯ୍ୟକ୍ରମ ଡିଇଓ : ନିରୋଜ କୁମାର ଷଡଙ୍ଗୀ ଏବଂ ୱାର୍ଡ-ମେମ୍ବର ଖୁଦମା ପାଣିଗ୍ରାହୀଙ୍କ ପରିଚାଳନାରେ ଶାନ୍ତିଶୃଙ୍ଖଳାର ସହ ଆଗେଇ ଚାଲିଥିଲା ।

0
0
0
s2sdefault