ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଅପରାହ୍ନ ଦୁଇଟାକୁ ଅଳ୍ପ ସମୟ ବାକି। ସର୍ବଦା ଜନଗହଳି ରହୁଥିବା ବୁଗୁଡା ବଳଦେବ ସ୍ୱାମୀ ବସଷ୍ଟାଣ୍ଡ ନିକଟ ମୁଖ୍ୟ ସଡକ କଡରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ସମ୍ମୁଖରୁ ପଲସର ବାଇକରେ ଦୁଇଜଣ ଲୁଟେରା ଆସି ଜଣେ ମହିଳାଙ୍କ ବେକରୁ ସୁନାର ମଙ୍ଗଳ ସୂତ୍ର ଝାମ୍ପି ନେଇ ଚାଲିଯାଇଥିବା ଜଣାପଡିଛି। ବୁଗୁଡା ଥାନା ଅନ୍ତର୍ଗତ କୁଆନଳା ଗ୍ରାମର ଦୀପ୍ତିମୟୀ ପଣ୍ଡା ନାମକ ଜଣେ ମହିଳା ଏଟିଏମ ରୁ ଟଙ୍କା ଉଠାଇ ଏଟିଏମ ସମ୍ମୁଖରେ ଛିଡା ହୋଇଥିଲେ। ଦୁଇଟାକୁ ପ୍ରାୟ ୧୫ ମିନିଟ ବାକିଥିବ, ସେହି ସମୟରେ ବୁଗୁଡା ସହର ଦିଗରୁ ଏକ ନୀଳ ପଲସର ବାଇକରେ ଦୁଇଜଣ ଆସି ଦୀପ୍ତିମୟୀ ପଣ୍ଡାଙ୍କ ବେକରୁ ସୁନାର ମଙ୍ଗଳ ସୂତ୍ର ଝାମ୍ପି ନେଉଥିବା ବେଳେ ମହିଳା ଜଣକ ମଙ୍ଗଳ ସୂତ୍ରକୁ ଧରି ପକାଇବା ଯୋଗୁଁ କିଛି ଅଂଶ ହାତରେ ରହିବା ସହ କିଛି ଅଂଶ ଲୁଟେରା ମାନେ ଧରି ବୁଗୁଡାର ବଡଶଙ୍ଖ ଦିଗକୁ ଚାଲି ଯାଇଥିଲେ। ଏହି ଘଟଣାରେ ମହିଳା ଜଣକ ସାମାନ୍ୟ ଆହତ ହୋଇଛନ୍ତି । ଦିନ ଦୁଇଟାରେ ଜନଗହଳି ପୂର୍ଣ୍ଣ ବସଷ୍ଟାଣ୍ଡ ନିକଟ ଏଟିଏମ ସମ୍ମୁରୁ ଲୁଟେରାମାନେ ପଲସର ବାଇକରେ ଆସି ଆଖି ପିଛୁଳାକେ ମଙ୍ଗଳସୁତ୍ର ଧରି ଖସି ପଳାଇବା ପୋଲିସକୁ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।ଘଟଣା ଘଟିବା ସମୟରେ ଅଳ୍ପ ଦୂରରେ ଥିବା ଯୁବ ସାମ୍ବାଦିକ କାହ୍ନୁ ଚରଣ ଖଟେଇ ଏହା ଦେଖି ସଙ୍ଗେ ସଙ୍ଗେ ପୋଲିସ ଥାନାକୁ ଫୋନ କରିଥିବା ବେଳେ ପୋଲିସ ଖୁବ ଶୀଘ୍ର ଘଟଣା ସ୍ଥଳକୁ ଯାଇ ବୁଝି ପିଛା କରିଥିଲେ ମଧ୍ୟ ଲୁଟେରା ମାନଙ୍କୁ ଧରିବା ସମ୍ଭବ ହୋଇପାରି ନଥିଲା। ବୁଗୁଡା ବଡଶଙ୍ଖ ନିକଟରେ ଦୁଇ ଦିଗକୁ ରାସ୍ତା ଥିବା ବେଳେ ଲୁଟେରା ମାନେ ଖସି ପଳାଇବା ସହଜ ହୋଇଥିଲା। ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।
ରାଜ୍ୟ
ଜନ ଗହଳି ପୂର୍ଣ୍ଣ ବସଷ୍ଟାଣ୍ଡ ନିକଟରୁ ଦିନ ଦୁଇଟାରେ ପଲସରରେ ଆସି ଝାମ୍ପି ନେଲେ ମଙ୍ଗଳସୁତ୍ର।
- Hits: 467