ସମ୍ବଲପୁର -ରମାକାନ୍ତ ବିଶ୍ବାଳ :ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷା ଫଳ I ପାସ କରିଛନ୍ତି ଶତ ପ୍ରତିଶତ ଛାତ୍ରୀ ଛାତ୍ର I ତେବେ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ ରେ ଗୁରୁତର ବିଭ୍ରାଟ ଅଭିଯୋଗ କରିଛନ୍ତି ଅଭିଭାବକ ତଥା ଛାତ୍ରୀ ଛାତ୍ର I ଏହି ପରିପ୍ରେକ୍ଷୀରେ ଆଜି ସିଦ୍ଧେଶ୍ବରବେର୍ଣ୍ଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅଭିଭାବକ ତଥା ଛାତ୍ରୀ ଛାତ୍ର ମାନେ ବିଦ୍ୟାଳୟ କୁ ଘେରାଉ କରିଥିଲେ I ଟାଉନ ଥାନାଧିକାରୀ ପ୍ରକାଶ କୁମାର କର୍ଣ୍ଣ ପହଂଚି ନାରାବାଜି କରୁଥିବା ଅଭିଭାବକ ଙ୍କ ସହିତ ପରିଚାଳନା ମଣ୍ଡଳୀ, ପ୍ରଧାନଚାର୍ଯ୍ୟ ଙ୍କ ସହ ଅଭିଭାବକ ଆଲୋଚନା ପରେ ଆନ୍ଦୋଳନ ଥମିଥିଲା I ତେବେ ପରିଶ୍ରମ ଅନୁସାରେ ମାର୍କ ମିଳି ନ ଥିବା, ରିଚେକିଂ ପାଇଁ କହିଲେ କେହି ଶୁଣୁ ନ ଥିବା ଅଭିଯୋଗ କରି ମାର୍କ ସଂଶୋଧନ କରିବା ପାଇଁ ଦାବି କରିଛନ୍ତି ଛାତ୍ରୀ ଛାତ୍ର। ଅନ୍ୟପକ୍ଷରେ ପ୍ରଧାନଚାର୍ଯ୍ୟ ଦିଲିପ ପାଢ଼ୀ ଆଶାନୁରୂପ ମାର୍କ ରଖି ନ ଥିବାରୁ କିଛି ଅଭିଭାବକ ଓ଼ ଛାତ୍ରୀ ଛାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି I ପ୍ରକାଶିତ ରିଜଲ୍ଟ ରେ ଆମେ ମଧ୍ୟ ଖୁସି ନାହୁଁ I ଅଭିଭାବକ ଙ୍କ ଲିଖିତ ଦାବି କୁ ଆମେ ବୋର୍ଡ ଅଫିସ କୁ ପଠାଇଦେବୁ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ବିଦ୍ୟାଳୟ ର ପରିଚାଳନା ସମିତି ସଭାପତି, ପୂର୍ବତନ ସଭାପତି, ଗୁରୁଜୀ ଗୁରୁମା ଙ୍କ ସମେତ ଅଭିଭାବକ ମଣ୍ଡଳୀ ଉପସ୍ଥିତ ଥିଲେ I
ରାଜ୍ୟ
ତାତିଲେ ଅଭିଭାବକ: ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ ରେ ବିଭ୍ରାଟ ଅଭିଯୋଗ କରି ସିଦ୍ଧେଶ୍ବରବେର୍ଣ୍ଣା ସ୍କୁଲ ଘେରାଉ I
- Hits: 713
