ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସକୁ ବଡ ସଫଳତା । ୪ ଜଣ ହାଇଓ୍ବେ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ବୁର୍ଲା ପୋଲିସ। ଏନେଇ ଆଜି ରବିବାର ଅପରାହ୍ନ ସାଢେ 3 ଟାରେ ସୂଚନା ଦେଲେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର। ଗିରଫ ଅଭିଯୁକ୍ତଙ୍କୁ ପଟ୍ରୋଲିଂ ସମୟରେ ଧରିବା ସହ ସେମାନଙ୍କଠାରୁ ଆଇରନ ରଡ, ଛୁରୀ, ବାଉଁସ ଲାଠି, ଚିଲି ପାଉଡର ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଅମିତ କୁମାର, ସୁମିତ କୁର୍ମୀ, ବିଶାଲ କୁମ୍ଭାର ଓ ଓ୍ବାରିସ ଖାନ । ଏମାନେ ବୁର୍ଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଗୋଲଗୁଣ୍ଡା ଛକରେ ଡକାୟତି ଯୋଜନା କରୁଥିବା ବେଳେ ସେମାନଙ୍କୁ ଧରିଛି ବୁର୍ଲା ପୋଲିସ।
ରାଜ୍ୟ
୪ ଜଣ ହାଇଓ୍ବେ ଲୁଟେରାକୁ ଗିରଫ କଲା ବୁର୍ଲା ପୋଲିସ ।
- Hits: 308