ସମ୍ବଲପୁର/ରମାକାନ୍ତ ବିଶ୍ୱାଳ : ବୁର୍ଲା ଭୀମସାରରୁ ୩ ରକ୍ତ ଦଲାଲ୍ ଗିରଫ | ଏନେଇ ସୂଚନା ଦେଲେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର । ସୂଚନା ଅନୁସାରେ ଗିରଫ ୩ ଜଣ ଅଭିଯୁକ୍ତ ବୁର୍ଲା ଭୀମସାରର କର୍ମଚାରୀ ଦର୍ଶାଇ ନିରିହ ରୋଗୀ ପରିଜନଙ୍କୁ ରକ୍ତ ଯୋଗାଇଦେବା ପାଇଁ ପଇସା ମାଗୁଥିଲେ । ତେବେ ମିଛ ପ୍ରତିଶୃତି ଦେଇ ଲୋକଙ୍କଠାରୁ ପଇସା ନେଉଥିବା ଖବର ପାଇ ପୋଲିସ ଆଜି ସକାଳ ୯ଟା ୩୦ରେ ଚଢାଉ କରି ସେମାନଙ୍କୁ ଗିରଫ କରିବା ସହ ୧୫୦୦ ଟଂକା ସହ ଏକ ଅଟୋ କୁ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ଗରିବ ଲୁହା, ଅଜିତ ନାଏକ ଓ ଶଙ୍କର ନାଏକ । ତେବେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ରୋଗୀ ପରିଜନ ଏଭଳି ଠକାମିର ଶିକାର ହେଉଥିବାରୁ ରକ୍ତ ଦରକାର ପଡିଲେ ୫ଟି ମୋ ସରକାର କଲ ସେଣ୍ଟରକୁ ଯୋଗାଯୋଗ କରିବା ପାଇଁ ଏସପି ନିବେଦନ କରିଛନ୍ତି ।
ରାଜ୍ୟ
ବୁର୍ଲା ଭୀମସାରରୁ ୩ ରକ୍ତ ଦଲାଲ୍ ଗିରଫ
- Hits: 303
