ମାଲକାନଗିରି (ବି.ମିନତୀ ପାତ୍ର): କାଲିମେଳା ପୋଲିସ ଆଜି ତିନି ଜଣ କ୍ୱାକ ଡାକ୍ତରଙ୍କୁ ଗିରଫ କରିଛି | ବିନା ଲାଇସେନ୍ସରେ ବିନା କୌଣସି ଡାକ୍ତରୀ ପାଠରେ ଏମାନେ ପାଲଟି ଯାଇଥିଲେ କଥା କଥିତ ଡାକ୍ତର | ଲୋକଙ୍କ ଚିକିତ୍ସା କରିବା ସହ ଲୋକଙ୍କ ଜୀବନ ସହ ଖେଳୁ ଥିଲେ ଏହି କ୍ୱାକମାନେ | ମାଲକାନଗିରି SPଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିଲା ତଦନ୍ତ | ଶେଷରେ ଆଜି ତିନି କ୍ୱାକଙ୍କ ସହ ବିପୁଳ ପରିମାଣରେ ମେଡ଼ିସିନ ଜବତ କରିଛି କାଲିମେଳା ପୋଲିସ। କେସ ନମ୍ବର-134,135,137 ଏବଂ ଦଫା 419/420/384 ରୁଜୁ କରି କୋର୍ଟ ଚାଲାଣ କରାଗଲା ଏହି ତିନି ଅଭିଯୁକ୍ତଙ୍କୁ ଭଲ ଭାବରେ ଜାଣି ରଖନ୍ତୁ ଏହି ନକଲି ସାମ୍ରାଜ୍ୟର ରାଜାମାନଙ୍କୁ ଏମାନେ ହେଲେ ପରେସ ବାୱାଲି, ଶଶାଙ୍କ ପାଇକ ଓ ସଚିନ ପରାମାନିକ ଏହି ତିନି ବ୍ୟକ୍ତି ଏମ୍:ଭି-73, ଏମ୍. ପି. ଭି-14 ଏବଂ ଏମ୍. ପି. ଭି-11 ଗ୍ରାମର | ଏହିଭଳି ପୋଲିସ ତାର ନଜର ରଖିଥିଲେ କାଲିମେଳା ଅଞ୍ଚଳରୁ ଆହୁରି ବହୁ ସଂଖ୍ୟକ ଏହି ନକଲି ଡାକ୍ତର ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଅଧିବାସୀ ମତବ୍ୟକ୍ତ କରିଛନ୍ତି |
ରାଜ୍ୟ
କରୋନା କାଳରେ ଠକିବା ମହଙ୍ଗା ପଡିଲା, ଗିରଫ ହେଲେ ତିନି ନକଲି ଡାକ୍ତର ।
- Hits: 377