ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବର ସମସ୍ତ ଆଦେଶକୁ ବାତିଲ କରି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି ଦେଇଛନ୍ତି | ଏ ବିଷୟରେ ଆଜି ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି |
ଦଳର ବରିଷ୍ଠ ନେତା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ନୂତନ ଭାବେ କେନ୍ଦୁଝର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଅ ଯାଇଥିବା ବେଳେ ପୂର୍ବପରି ସେ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ | ଆଜି ପ୍ରକାଶିତ ତାଲିକା ଏହିମତେ |
1. ଅନୁଗୁଳ- ପ୍ରଶାନ୍ତ ମୁଦୁଲି
2. ବାଲେଶ୍ୱର -ପ୍ରତାପ କେଶରୀ ଦେବ
3. ବରଗଡ-ସୁଧୀର ସାମଲ
4. ଭଦ୍ରକ-ପ୍ରଣବ ବଳବନ୍ତରାୟ
5. ବଲାଙ୍ଗୀର-ସୁଶାନ୍ତ ସିଂ
6. ବୌଦ୍ଧ -ସୌଭାଗ୍ୟ ନାୟକ
7. କଟକ-ଉଷା ଦେବୀ
8. ଦେଓଗଡ-ସୁଶାନ୍ତ ସିଂ
9. ଢେଙ୍କାନାଳ-ବିଜୟ ନାୟକ
10. ଗଜପତି-ଅତନୁ ସବ୍ୟସାଚୀ ନାୟକ
11. ଗଂଜାମ-ପ୍ରଫୁଲ୍ଲ ମଲ୍ଲିକ
12. ଜଗତସିଂହପୁର-ସମୀର ରଞ୍ଜନ ଦାଶ
13. ଯାଜପୁର-ଅଶୋକ ଚନ୍ଦ୍ର ପଣ୍ଡା
14. ଝାରସୁଗୁଡା-ସୁବାଷ ସିଂ
15. କଳାହାଣ୍ଡି-ନବ କିଶୋର ଦାସ,
16. କନ୍ଧମାଳ-ପ୍ରତାପ ଜେନା
17. କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ
18. କେନ୍ଦୁଝର -ପ୍ରଣବ ପ୍ରକାଶ ଦାସ
19. ଖୋର୍ଦ୍ଧା-ପ୍ରମିଳା ମଲ୍ଲିକ
20. କୋରାପୁଟ-ଚନ୍ଦ୍ର ସାରଥୀ ବେହେରା
21. ମାଲକାନଗିରି-ଚନ୍ଦ୍ର ସାରଥୀ ବେହେରା
22. ମୟୁରଭଞ୍ଜ-ପ୍ରଣବ ପ୍ରକାଶ ଦାସ
23. ନବରଙ୍ଗପୁର-ତୁଷାରକାନ୍ତି ବେହେରା
24. ନୟାଗଡ-ପଦ୍ମନାଭ ବେହେରା
25. ନୂଆପଡା-ଦିବ୍ୟ ଶଙ୍କର ମିଶ୍ର
26. ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ
27. ରାୟଗଡା-ଅତନୁ ସବ୍ୟସାଚୀ ନାୟକ
28. ସମ୍ବଲପୁର-ନଳିନୀକାନ୍ତ ପ୍ରଧାନ
29. ସୁବର୍ଣ୍ଣପୁର-ପ୍ରଦୀପ କୁମାର ଅମାତ
30. ସୁନ୍ଦରଗଡ -ପ୍ରିତିରଞ୍ଜନ ଘଡେଇ