ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ମହାମାରୀ ସମୟରେ ରକ୍ତଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଆଜି ବିଜୁଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ବିଧାୟକ ପ୍ରଣବ ବଳବନ୍ତରାୟ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ, ଅନନ୍ତ ନାରାୟଣ ଜେନା, ଶୁଶାନ୍ତ ରାଉତ, ଉମା ସାମନ୍ତରାୟ ,ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଅମରେଶ ପତ୍ରି, ତନ୍ମୟ ସ୍ଵାଇଁ ,ରୁଦ୍ର ସାମନ୍ତରାୟ,ମନ୍ଦାକିନୀ କର,ଦୂର୍ଗା ସାମନ୍ତରାୟ ଜ୍ୟୋତିରଞନ ଜେନା, ନବକିଶୋର ବେହେରା,ଶୁଭେନ୍ଦୁ ମଙ୍ଗରାଜ ,କୁନୁବିହାରୀ ଦାସ ରାକେଶ କୁମାର ରାମ ,ସୋଲାର ମିଶ୍ର ଏଲିନା ଦାସ ,ମୀରା ପରିଡା, ସୋଫିଆ ଆଲାମ ,ସ୍ମୃତି ଦାସ, ମନୋଜ ମହାନ୍ତି ,ଇପ୍ସିତା ସାହୁ, ସ୍ଵାଗତିକା ମହାନ୍ତି, ଅପର୍ଣ୍ଣା ଦାସ, ସୁଚିସ୍ମିତା ବେହେରା ,ଦୀପକ ବେହେରା,ଅଭିନାଶ ପ୍ରଧାନ ,ସୁଶାନ୍ତ ମହାନ୍ତି ,ରଶ୍ମୀରଞନ ଦାସ ଏବଂ ବିଜୁ ଛାତ୍ର ଯୁବ ଜନତା ଦଳର ଅନ୍ୟାନ୍ୟ ଛାତ୍ର ଯୁବ ନେତାମାନେ ଯୋଗ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରକ୍ତଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତ ସଂଗ୍ରହ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ସାମାଜିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସ୍ୱାଇଁ କହିଛନ୍ତି।
ଏହି ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟ ସାଧାରଣ ସମ୍ପାଦକ ଅରୂପ ଶ୍ରୀଚନ୍ଦନ, ରାଜ୍ୟ ସମ୍ପାଦିକା ସିମ୍ରନ୍ ସିଂ ରାଜପୁତ,ରାଜ୍ୟ ସାଂଙ୍ଗଠନିକ ସମ୍ପାଦକ ଶୁଭମ ସ୍ୱାଇଁ, ଛାତ୍ରନେତା ସନ୍ତୋଷ ବେହେରା ,ବିକାଶ ସାହୁ ,ଅନିଶ ରଥ ,ମନୋଜ ପଣ୍ଡା ,ଶାଶ୍ଵତୀ ମିଶ୍ର ,ପ୍ରିୟବ୍ରତ ନାୟକ ,ଆଦିତ୍ୟ କର ପ୍ରମୁଖ ପରିଚାଳନା କରିଥିଲେ।