ହେଡଲାଇନସ୍:

ଚନ୍ଦ୍ରକାନ୍ତ ନାୟକଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର-(ଶାସକ ପ୍ରଶାସକ):  ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ  ସୂଚନା ସେବା ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ନାୟକଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଛି ।  ଶ୍ରୀ ନାୟକ ଏହା  ପୂର୍ବରୁ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଦାୟିତ୍ୱ ନିର୍ବାହ କରୁଥିଲେ । ଆଗାମୀ ଜୁନ୍ ୩୦ ତାରିଖରେ ସେ ଅବସର ଗ୍ରହଣ କରୁଥିବା ବେଳେ ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟ ଆଧାରରେ  ବିଭାଗୀୟ ପ୍ରମୁଖ ଶାସନ ସଚିବ ତଥା ନିର୍ଦ୍ଦେଶକଙ୍କ ଆବଶ୍ୟକ ତ୍ୱରିତ ପଦକ୍ଷେପ ଫଳରେ  ତାଙ୍କୁ ଏହି ପଦନ୍ନୋତି ମିଳିଥିବା ଶ୍ରୀ ନାୟକ ପ୍ରକାଶ କରିବା ସହିତ ଏଥିପାଇଁ ରାଜ୍ୟ ସରକାର ତଥା ପ୍ରମୁଖ ଶାସନ ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶ ଥାଉକି , ଶ୍ରୀ ନାୟକ ଏହା ପୂର୍ବରୁ ବିଭିନ୍ନ ସମୟରେ କେନ୍ଦ୍ରାପଡା, ଭଦ୍ରକ ଓ  ବଲାଙ୍ଗୀରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ଦକ୍ଷତାର ସହିତ କାର୍ଯ୍ୟ ସଂପାଦନ କରିଥିବାବେଳେ ଆଠଗଡ, କଟକ, ନୀଳଗିରି, ହିନ୍ଦୋଳ, ଯାଜପୁର ଆଦି ସବ୍ଡିଭିଜନରେ   ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ।  ତାଙ୍କର ଏହି ପଦୋନ୍ନତି ଅବସରରେ ଓଡିଶା ସୂଚନା ସେବା ସଂଘ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

0
0
0
s2sdefault