ହେଡଲାଇନସ୍:

ୟୁଜି ଏବଂ ପିଜି  ଅନଲାଇନ ପରୀକ୍ଷା ଅବାଧ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି : ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ସାହୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଅଧ୍ୟାପକ-ଅଧ୍ୟାପିକାମାନେ ତୁଲାଇବେ  ଛାତ୍ରଛାତ୍ରୀଙ୍କ ମେଣ୍ଟରିଂ ଦାୟିତ୍ୱ "

ଇଣ୍ଟରନେଟ୍ ସୁବିଧା ନଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ କଲେଜ କର୍ତ୍ତୃପକ୍ଷ ନେଉଛନ୍ତି ପଦକ୍ଷେପ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଅଣ୍ଡର ଗ୍ରାଜୁଏଟ୍ (ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ପରୀକ୍ଷା ଅନଲାଇନରେ  ବିନା ଅସୁବିଧାରେ  କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ | ସୂଚନାହୋଗ୍ୟ ଯେ ସମ୍ପ୍ରତି କରୋନା ମହାମାରୀ ପରିସ୍ଥିତି ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା ପାଇଁ ଅନେକ ଆହ୍ବାନ ସୃଷ୍ଟି କରିଥିବା ବେଳେ ଅଣ୍ଡର ଗ୍ରାଜୁଏଟ୍ (ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ପରୀକ୍ଷା ଅନଲାଇନରେ କରିବାକୁ ଓଡ଼ିଶା ସରକାର ଗତ ୧୮ ତାରିଖରେ ନିଷ୍ପତ୍ତି ନେଇଥିଲେ | 

 ଏହି ପରିପ୍ରେକ୍ଷୀରେ ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା କରିବା ପାଇଁ କରାଯାଉଥିବା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ଆଲୋଚନା କରିବା ପାଇଁ ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଯାଇଛିା ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି, ପରୀକ୍ଷା ନିୟନ୍ତ୍ରକ, ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗଦେଇ ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ଆୟୋଜନର ପ୍ରସ୍ତୁତି ସଂପର୍କରେ ଅବଗତ କରାଇଥିଲୋ 

ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ମହାବିଦ୍ୟାଳୟର ଅଧ୍ୟାପକମାନେ ମେଣ୍ଟର ଭାବରେ ୟୁଜି ଓ ପିଜି ଫାଇନାଲ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଦାୟିତ୍ୱରେ ରହିବେ ଓ ଛାତ୍ରଛାତ୍ରୀଙ୍କ ସହିତ ନିୟମିତ ଟେଲିଫୋନରେ  ଯୋଗାଯୋଗରେ ରହିବୋ ନିଜ ଗ୍ରୁପର  ଛାତ୍ରଛାତ୍ରୀମାନଙ୍କ ସୁବିଧା ଓ ଅସୁବିଧା ସଂପର୍କରେ ମେଣ୍ଟର ଅଧ୍ୟାପକମାନେ ଅବଗତ ହୋଇ ସେମାନେ କିପରି ସୁବିଧାରେ ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ଦେଇପାରିବେ ସେଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ନେବୋ ଏଥିରେ ଖିଲାପ ହେଲେ ସଂପୃକ୍ତ ମେଣ୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତିା ମେଣ୍ଟର ଅଧ୍ୟାପକମାନେ କେଉଁସବୁ ଛାତ୍ରଛାତ୍ରୀଙ୍କ ଦାୟିତ୍ୱରେ ରହିବେ ତା'ର ତାଲିକା, ଟେଲିଫୋନ୍ ନମ୍ବର ଆଦି ପ୍ରସ୍ତୁତ କରି କଲେଜ୍  ୱେବ୍ସାଇଟରେ  ଜୁନ୍ ୩୦ ସୁଦ୍ଧା ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଛନ୍ତିା ଶତପ୍ରତିଶତ ଛାତ୍ରଛାତ୍ରୀ ଯେପରି ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ଦେଇପାରିବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ କହିଛନ୍ତିା ଛାତ୍ରଛାତ୍ରୀମାନେ ତାଙ୍କ ଘରୁ କିମ୍ବା ଯେକୌଣସି ସୁବିଧାଜନକ ସ୍ଥାନରେ ରହି ଏହି ଅନ୍ଲାଇନ୍ ପରୀକ୍ଷା ଦେଇପାରିବୋ ଯେଉଁ ଛାତ୍ରଛାତ୍ରୀମାନଙ୍କର ଇଣ୍ଟରନେଟ୍ ସୁବିଧା ନାହିଁ ସେମାନେ ନିକଟସ୍ଥ ଡିଗ୍ରୀ ମହାବିଦ୍ୟାଳୟରେ ଆସି ଅନ୍ଲାଇନରେ  ପରୀକ୍ଷା ଦେଇପାରିବୋ ପରୀକ୍ଷା ପୂର୍ବରୁ ଏକ ମକ୍ ଟେଷ୍ଟ କରାଯାଇ ଅନ୍ଲାଇନ୍ ପରୀକ୍ଷାକୁ ସଫଳତାର ସହ ସଂପନ୍ନ କରାଯିବା 

ବିଶ୍ୱବିଦ୍ୟାଳୟ ନିର୍ବିଶେଷରେ ସମସ୍ତ ଡିଗ୍ରୀ ମହାବିଦ୍ୟାଳୟ ଏ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ସହଯୋଗ କରିବାକୁ କୁହାଯାଇଛିା ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟମାନେ ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ସମ୍ବନ୍ଧରେ ବିସ୍ତୃତ ବିବରଣୀ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକୁ ଓ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବୋୟୁଜି ଓ ପିଜି ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ସମ୍ବନ୍ଧରେ କୌଣସି ଦ୍ୱନ୍ଦ ରହିଲେ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ସଂପୃକ୍ତ କୁଳପତି କିମ୍ବା ପରୀକ୍ଷା ନିୟନ୍ତ୍ରକଙ୍କ ସହିତ ତୁରନ୍ତ ଯୋଗାଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତିା ସଂପ୍ରତି କେବଳ ୟୁଜି ଓ ପିଜି ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ଅନ୍ଲାଇନ୍ ମାଧ୍ୟମରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛିାୟୁଜି ଓ ପିଜିର ଅନ୍ୟ ସେମିଷ୍ଟାର ପରୀକ୍ଷା ସଂପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସଚିବ ଶ୍ରୀ ମିଶ୍ର କହିଛନ୍ତିା ପୂର୍ବରୁ ଅନୁଷ୍ଠିତ କୁଳପତିମାନଙ୍କ ବୈଠକର ନିଷ୍ପତ୍ତି ଅନୁଯାୟୀ ୟୁଜି ଓ ପିଜି ଶେଷବର୍ଷ/ଫାଇନାଲ ସେମିଷ୍ଟାର ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନ୍ଲାଇନ୍ ମୋଡ୍ରେ ହେବ ଏବଂ ଅଗଷ୍ଟ/ସେପେଫମ୍ବର ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବା ଏହି ଛାତ୍ରଛାତ୍ରୀମାନଙ୍କ ଯଦି କିଛି ପୂର୍ବ ସେମିଷ୍ଟାର/ବର୍ଷର ପରୀକ୍ଷା ବାକି ଅଛି ବା ତାଙ୍କର ଯଦି ବ୍ୟାକ୍ପେପର ଅଛି, ସେହି ସବୁ ପରୀକ୍ଷା ମଧ୍ୟ ଜୁଲାଇ/ଅଗଷ୍ଟ ମାସ ସୁଦ୍ଧା ଶେଷ ହେବା 

 

0
0
0
s2sdefault