ଆଇପିଏସ ଉଚ୍ଚସ୍ତରରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲଳିତ ଦାସ ଗୁଇନ୍ଦା ନିର୍ଦ୍ଦେଶକ,  ସଂଜୀବ ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚ

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ଆଇପିଏସ ଉଚ୍ଚସ୍ତରରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି | ୧୯୯୨ ବ୍ୟାଚ ବରିଷ୍ଠ ଆଇପିଏସ ଅଫିସର ଲଳିତ ଦାସଙ୍କୁ   ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିବା ବେଳେ ୧୯୯୦ ବ୍ୟାଚ ଆଇପିଏସ ଅଫିସର ସୁଧାଂଶୁ ଷଢଙ୍ଗି ଘରୋଇ ବିଭାଗରେ ଓଏସଡି ନିଯୁକ୍ତ ହୋଇଛନ୍ତି | ୧୯୯୪ ବ୍ୟାଚର ଆଇପିଏସ ଅଫିସର ସଂଜୀବ ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚ ଅତରିକ୍ତ ମହାନିର୍ଦ୍ଦେଶକ ଦାୟିତ୍ୱ ସହ ପୋଲିସ ଗୃହ ନିର୍ମାଣ ନିଗମର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି | ସେହିପରି ୧୯୯୪  ବ୍ୟାଚ ଆଇପିଏସ ଅଫିସର ଯଶୋବନ୍ତ ଜେଠବାଙ୍କୁ  ଭିଜିଲାନସ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ୧୯୯୫ ବ୍ୟାଚ ଆଇପିଏସ ଅଫିସର  ଆର କେ ଶର୍ମାଙ୍କୁ ଆଇନ ଶୃଙ୍ଖଳା ଅତିରିକ୍ତ ଡ଼ିଜି  ଭାବେ ନିଯୁକ୍ତି ଦିଆଯାଇଛି  | ୧୯୯୬ ବ୍ୟାଚ ଆଇପିଏସ ଅରୁଣ ବୋଥ୍ରାଙ୍କୁ ପରିବହନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ୧୯୯୭ ବ୍ୟାଚ ଅଫିସର  ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନସ ଆଇଜି ଭାବେ ଅବସ୍ଥାପିତ କରାଯାଇଛି  |

 

0
0
0
s2sdefault