ପୌରାଞ୍ଚଳ ବଜେଟ୍‍ରୁ ୨୫ ପ୍ରତିଶତ ଅର୍ଥ ବସ୍ତି ବିକାଶ ପାଇଁ ବ୍ୟୟ ହେବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମସ୍ତ ପୌର ସଂସ୍ଥାକୁ ଚିଠି ଲେଖିଲେ ରାଜ୍ୟ ପୌର ନିର୍ଦ୍ଦେଶକ  

ଭୁବନେଶ୍ୱର,(ଶାସକ ପ୍ରଶାସକ)- : ରାଜ୍ୟ ସରକାର ପୌର ଆଇନରେ ଆଣିଥିବା ସଂଶୋଧନ ଅନୁଯାୟୀ ପୌରସଂସ୍ଥାଗୁଡିକୁ ଦିଆଯାଉଥିବା  ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ସର୍ବନିମ୍ନ ସେବାଯୋଗାଣ ଓ ଭିତ୍ତିଭୂମି ବିକାଶ ବାବଦରେ ବ୍ୟୟ କରାଯିବ । ତଦନୁଯାୟୀ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଦିଆଯାଇଥିବା ଅର୍ଥରୁ ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ବ୍ୟୟ କରିବାକୁ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ପୌର ପ୍ରଶାସନଙ୍କୁ ପତ୍ରଲେଖି ଅବଗତ କରିଛନ୍ତି । 

ପୌର ନିର୍ଦ୍ଦେଶକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶା ସରକାର ମ୍ୟୁନିସିପାଲିଟି ଆଇନ୍‍ ୧୯୫୦ ଓ ମ୍ୟୁନିସିପାଲ କର୍ପୋରେସନ ଆଇନ୍‍ ୨୦୦୩ରେ ସଂଶୋଧନ ଆଣିବା ସହିତ ଏହାକୁ ଗେଜେଟ ବିଜ୍ଞପ୍ତିରେ ପ୍ରକାଶ କରିସାରିଛନ୍ତି ।  ତଦନୁଯାୟୀ ପୌର ସଂସ୍ଥାଗୁଡିକ ସେମାନଙ୍କ ବାର୍ଷିକ ବଜେଟ୍‍ ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳର ଭିତ୍ତିଭୂମିକ ବିକାଶ ଓ ମୌଳିକ ସୁବିଧା ଯୋଗାଇବା କ୍ଷେତ୍ରରେ ବ୍ୟୟ କରିବେ ।  ତଦନୁଯାୟୀ ପୌର ସଂସ୍ଥାଗୁଡିକ ସେମାନଙ୍କ ବଜେଟ୍‍ର ୨୫ ପ୍ରତିଶତ ବସ୍ତି ବିକାଶ ଲାଗି ବ୍ୟୟ କରିବେ ଏବଂ ଏଥିପାଇଁ  ତ୍ରୈମାସିକ  ଲକ୍ଷ୍ୟ ଧାର୍ଯ୍ୟ  ସହିତ ତାହା କିଭଳି ବ୍ୟୟ ହେଉଛି ତାହାର କଡାକଡି ଯାଞ୍ଚ ଲାଗି ପ୍ରଶାସକମାନଙ୍କୁ କୁହାଯାଇଛି  । 

ଏଥି ସହିତ ରାଜ୍ୟର ସମସ୍ତ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନ୍‍ଏସିଗୁଡିକୁ ୨୦୨୦-୨୧ ଓ ୨୦୨୧-୨୨ ବର୍ଷ ପାଇଁ ମଞ୍ଜୁର ହୋଇଥିବା ଅର୍ଥର ତାଲିକା ସହିତ ଏହାର ୨୫ ପ୍ରତିଶତ ଅର୍ଥର ମଧ୍ୟ ଏକ ତାଲିକା ପୌର  ନିର୍ଦ୍ଦେଶକ ତାଙ୍କ ପତ୍ରରେ ସଂଲଗ୍ନ କରିଛନ୍ତି ।

0
0
0
s2sdefault