ହେଡଲାଇନସ୍:

ବିଜାତଳା ବିଡ଼ିଓଙ୍କୁ ଠିକାଦାରଙ୍କ ଆକ୍ରମଣ ଘଟଣା : ଓଏଏସ୍ ସଂଘ ପକ୍ଷରୁ ନିନ୍ଦା ଓଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜାତୋଳା ବିଡ଼ିଓ ଜୟକୃଷ୍ଣ ପାତ୍ର ଗତ ଜୁନ ୨୮ ଅପରାହ୍ନ ୪.୧୦ ସମୟରେ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ  କାର୍ଯ୍ୟକରୁଥିବା ସମୟରେ କେତେକ ଠିକାଦାର ଓ ସେମାନଙ୍କ  ସହଯୋଗୀ କାର୍ଯ୍ୟାଳୟ ଭିତରକୁ ବିଡ଼ିଓ ଶ୍ରୀବେହେରାଙ୍କୁ ଆକ୍ରମଣ କରିଥିବା ସହିତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିବା ବିଷୟକୁ ନେଇ ଜିଲ୍ଲା ଓଏଏସ ସଂଘର ସଭାପତି ତଥା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ବସିଥିଲା । ଉକ୍ତ ବୈଠକରେ ବିଡ଼ିଓ ଶ୍ରୀବେହେରାଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରାଯିବା ସହିତ ବିଡ଼ିଓ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀଙ୍କ ପକ୍ଷରୁ  ଅଦ୍ୟାବଧି ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇ ନ ଥିବାରୁ ଗଭୀର କ୍ଷୋଭ ପ୍ରକାଶ କରାଯାଇଥିଲା । ସେହିପରି ଆକ୍ରମଣକାରୀ ଠିକାଦାର ରାଜୁ ବେହେରା ଓ ତାର ସହଯୋଗୀମାନଙ୍କୁ ତୁରନ୍ତ ଗିରଫ କରାଯିବା ନିମନ୍ତେ ସଂଘ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାରଙ୍କ ନିକଟରେ ଦାବି କରାଯାଇଛି ବୋଲି ଜିଲ୍ଲା ଓଏଏସ ସଂଘର ସଭାପତି ତଥା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।

0
0
0
s2sdefault