ହେଡଲାଇନସ୍:

ଚାରି ବର୍ଷ ଶିଶୁ ପୁତ୍ର ଦେହରେ ଚୁମ୍ବକୀୟ ଶକ୍ତି !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟୀକା ସହିତ ଇଲେକ୍ଟ୍ର ମାଗ୍ନେଟିକର କୌଣସି ସମ୍ପର୍କ ନଥିବା ଦାବି କଲେ ବରିଷ୍ଠ ବିଜ୍ଞାନ ପରିଦର୍ଶକ

ଦେହରେ ଲୁହା କିମ୍ବା ଷ୍ଟିଲ  ଲାଗି ରହିବା କରୋନା ଟିକା ପାଇ ନୁହେଁ ବରଂ ଅଳ୍ପ ଅଳ୍ପ ଝାଳ ସଂସ୍ପର୍ଶରେ ଆସିବାରୁ ଏପରି ହେଉଥିବା ପ୍ରମାଣ କଲେ ଜଗନ୍ନାଥ ସାହୁ

ବାରିପଦା, / ଦିଲ୍ଲୀପ ମହାନ୍ତି : - କରୋନା ଟିକା ନେବାପରେ ଶରୀରରେ ଆସୁଛି ଚୁମ୍ବକୀୟ ଶକ୍ତି। ଦେହରେ ଲାଗି ରହୁଛି ଲୁହା, ଷ୍ଟିଲ ଆଦି ପଦାର୍ଥ। ଏହା କୌଣସି କରୋନା ଟିକା ନେବା କାରଣରୁ ନୁହେଁ ବରଂ ଅଳ୍ପ ଅଳ୍ପ ଝାଳ ସଂସ୍ପର୍ଶରେ ଆସି ଏପରି ଘଟୁଥିବା କହିଛନ୍ତି ବରିଷ୍ଠ ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ। ଏହା ଏକପ୍ରକାର ଗୁଜବ ବୋଲି କହିଛନ୍ତି ଶ୍ରୀ ସାହୁ। କାରଣ ତାଙ୍କର ଚାରି ବର୍ଷର ନାତି କୌଣସି ଟିକା ନେଇନାହାନ୍ତି। ତଥାପି ଟିକା ନନେଇ ମଧ୍ୟ ଚାରି ବର୍ଷ ଶିଶୁ ପୁତ୍ର ଦେହରେ ରହିଛି ଚୁମ୍ବକୀୟ ଶକ୍ତି। ଉକ୍ତ ଶିଶୁ ପୁତ୍ର ଦେହରେ ଲୁହା, ଷ୍ଟିଲ ଆଦି ପଦାର୍ଥ ଲାଗି ରହୁଛି। ତେଣୁ ଗୁଜବରୁ ଦୂରେଇ ରହି ବିଜ୍ଞାନକୁ ବୁଝିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ସାହୁ। ତାଙ୍କ ନିଜସ୍ଵ କାର୍ଯ୍ୟକ୍ରମ ସାଇନ୍ସ ବିହାଇଣ୍ଡ ମିରାକଲ ମାଧ୍ୟମରେ ସେ ଲୋକଙ୍କ ମନରୁ ଅନ୍ଧବିଶ୍ବାସ ଓ କୁସଂସ୍କାରରୁ ଦୂରେଇ ରହିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏପରିକି ଏପରି ଅବସ୍ଥା ସମସ୍ତଙ୍କ ଦେହରେ ମଧ୍ୟ ହୋଇପାରିବବୋଲି ଶ୍ରୀ ସାହୁ କହିଛନ୍ତି। ତେଣୁ ଟୀକା ବିରୁଦ୍ଧରେ ଅପପ୍ରଚାର ନ କରି ନିଶ୍ଚିତ ଟୀକା ନିଅନ୍ତୁ। ଟୀକା ସହିତ ଇଲେକ୍ଟ୍ର ମାଗ୍ନେଟିକ ର କୌଣସି ସମ୍ବନ୍ଧ ନାହିଁ। ବହୁ ପରୀକ୍ଷା ନିରୀକ୍ଷା ପରେ ଟୀକା ଆସିଛି। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁଁ  ଟିକା ନିଶ୍ଚିତ ନେବାକୁ ଶ୍ରୀ ସାହୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ସାହୁ।

0
0
0
s2sdefault