ବରଗଡ :- ବରଗଡ ବାନ୍ଦୁ ଟିକ୍ରା ଛକ ପାଖରେ ଆଜି ରବିବାର ସକାଳେ ୧୦ଟା ସମୟରେ ଏକ ନୂତନ ଷ୍ଟାଟଅପ (ଇ କମର୍ସ ପ୍ଲାଟଫର୍ମ ) ଅନ ଲାଇନ ଫୁଡ଼ ଡେଲିଭରି ସର୍ଭିସ, Fobach ( ଫୋବେକ )ନାମରେ ର ଶୁଭାରମ୍ଭ ହୋଇଛି। ଏହା ବର୍ତ୍ତମାନ ସମୟରେ କେବଳ ବରଗଡ ସହର ପାଇଁ ଆରମ୍ଭ କରାଯାଇଛି । ଆଗାମୀ ଦିନରେ ଅନ୍ୟ ସହର ମାନଙ୍କ ରେ ଖୋଲିବାର ଯୋଜନା ରହିଛି। ଏହି Fobach ଏପ ଗୁଗୁଲ ପ୍ଲେ ଷ୍ଟୋର ରେ ଉପଲବ୍ଧ। ଏହି ଏପ ମାଧ୍ୟମରେ ଗ୍ରାହକ ଘରେ ଥାଇ ବରଗଡ ର ବିଭିନ୍ନ ହୋଟେଲ ର ସୁସ୍ବାଦୁ ଖାଦ୍ୟ ଅଡ଼ର କରି ଖୁବ ଅଳ୍ପ ସମୟରେ ପାଇପାରିବେ । ଆଗାମୀ ଦିନରେ ଏହା ଗ୍ରାହକଙ୍କ ମଧ୍ୟରେ ବେଶ ଆଦୃତ ହେବ ବୋଲି ଏହାର ନିର୍ଦ୍ଦେଶକ ଆଶିଷ କର ,ଚନ୍ଦନ ଗୁରୁ,ଭବାନୀ ଶଙ୍କର ଦାଶ ଏବଂ ମିଳନ ଗୁରୁ କହିଛନ୍ତି ।
ରାଜ୍ୟ
ବରଗଡ ସହରରେ ଅନ ଲାଇନ ଫୁଡ ଡେଲିଭରି "ଫୋବେକ"ର ଶୁଭାରମ୍ଭ
- Hits: 775