ହେଡଲାଇନସ୍:

ସମ୍ବଲପୁର ଶୀତଲଷଷ୍ଠୀ ଯାତ୍ରା :  ପତ୍ରପେଣ୍ଡି ନୀତି ସଂପନ୍ନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର/ରମାକାନ୍ତ ବିଶ୍ବାଳ- ସମ୍ବଲପୁର ର ପ୍ରଶିଦ୍ଧ ଶୀତଲ ଷଷ୍ଠୀ ଯାତ୍ରାର  ସୁଭାରମ୍ଭ ହୋଇଛି।  ତେବେ ଶୀତଲଷଷ୍ଟି ଯାତ୍ରାରେ ଶିବବିବାହ ୧୫ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବେଲେ ସହରର ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବା  ଓ ଦୁର୍ଗାପାଲି ର ଗୁଡେଶ୍ୱର ବାବାଙ୍କ ଯାତ୍ରା କମିଟି ପକ୍ଷରୁ ଶିବବିବାହ ପାଇଁ  ପତ୍ରପେଣ୍ଡି  ବା  ନିର୍ବନ୍ଧ ପରମ୍ପରା  ଅନୁଷ୍ଠିତ ହୋଇଯାଇଛି ।  କୋଭିଡ କଟକଣା ପାଇଁ କେବଳ ବିଧିରକ୍ଷା ପାଇଁ ପତ୍ରପେଣ୍ଡି ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପତ୍ରପେଣ୍ଡି ସହ ଶୁଭାରମ୍ଭ ହୋଇଛି ସମ୍ବଲପୁର ସହରର ପ୍ରଶିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପ୍ରକ୍ରିୟା  । ତେବେ ଗତଥର  ପରି ଚଳିତ ବର୍ଷ ମଧ୍ୟ ଯାତ୍ରା ର ଚମକ କୁ ଫିକା କରିଦେଇଛି  ମହାମାରୀ କୋଭିଡ । କେବଳ ଦେବଦମ୍ପତି ଙ୍କ ଶୁଭବିବାହ ଆୟୋଜନ ର ବିଧି ତଥା ପରମ୍ପରା ରକ୍ଷା ପାଇଁ ପତ୍ରପେଣ୍ଡି କାର୍ଯ୍ୟକ୍ରମ ସମାପିତ ହୋଇଛି । ନନ୍ଦପଡାର  ଶ୍ରୀ ଶ୍ରୀ ବମବରାଡ ବାଲୁଙ୍କେଶ୍ୱର  ବାବାଙ୍କ ଶୀତଲଷଷ୍ଠୀ  ଯାତ୍ରା କମିଟି ତରଫରୁ ବରପିତା ରାମଚରଣ ମିଶ୍ର ଙ୍କ ସମେତ ସପ୍ତର୍ଷିମାନେ କନ୍ୟା ଅନ୍ନେଷଣରେ ଚଲିତ ବର୍ଷର କନ୍ୟା ପିତା ମାତା ଗୋପାଳ ଚନ୍ଦ୍ର ସାହୁ ଓ ପ୍ରମିଳା ସାହୁଙ୍କ ଵୈଦ୍ୟନାଥ ଛକ ସ୍ଥିତ  ବାସଭବନକୁ ଯାଇଥିଲେ । ସେଠାରେ ବିଧି ମୁତାବକ ସମସ୍ତ ରିତିନିଧି ଅନୁଷ୍ଠିତ ହେବା ପରେ ବରପକ୍ଷଙ୍କ ତରଫରୁ ଅଣାଯାଇଥିବା ସର୍ଗିପତ୍ର କନ୍ୟା ପିତାମାତା ଗ୍ରହଣ କରିବା ସହ ଶିବବିବାହ ପାଇଁ  ପତ୍ରପେଣ୍ଡି ଯାତ୍ରା ସମାପିତ ହୋଇଥିଲା ।

ଏଥିସହ ପତ୍ରପେଣ୍ଡି  ଶୋଭା ଯାତ୍ରା ରେ କେବଳ  ଶଙ୍ଖ ଘଣ୍ଟ ସାମିଲ ଥିବା ବେଳେ  କରୋନା କଟକଣା ପାଇଁ ସାମାଜିକ ଦୁରତା ରକ୍ଷା କରାଯିବା ସହ ସମସ୍ତେ ପତ୍ରପେଣ୍ଡି ଯାତ୍ରାରେ ମାସ୍କ ପିନ୍ଧିଥିବା ଦେଖାଦେଇଥିଲା । 

ସେହି ଭଲି ଦୁର୍ଗାପାଲି ସ୍ଥିତ ଗୁଡେଶ୍ୱର ବାବା ଶୀତଲଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ମଧ୍ୟ ଗୁଡେଶ୍ୱର ବାବାଙ୍କ ଶୁଭବିବାହ ପାଇଁ  ପତରପେଣ୍ଡି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗୁଡେଶ୍ୱର ବାବାଙ୍କ ଶୁଭବିବାହ ପାଇଁ କନ୍ୟା ସନ୍ଧାନରେ ଯାତ୍ରା  କମିଟି ର ସଭ୍ୟ ମାନଙ୍କ ସହ ସପ୍ତର୍ସି ମାନେ ଚଳିତ ବର୍ଷ ର  କନ୍ୟା ପିତାମାତା  କୈଳାସ ଅଗ୍ରୱାଲ ଓ ସୁଷମା ଅଗ୍ରୱାଲଙ୍କ ନିକଟରେ ପହଞ୍ଚି ଥିଲେ । ଗୁଡେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା  କମିଟି  ସଭ୍ୟ  ଓ ପୁଜକ ଗୁଡେଶ୍ୱର ବାବା ଙ୍କ ମହିମା ର ଗୁଣଗାନ କରିବା ସହ ସର୍ଗିପତ୍ର ଓ ବେଲ ପତ୍ର ର ଥାଲ କନ୍ୟା ମାତା ପିତାଙ୍କୁ ପ୍ରଦାନ କରିବା ପରେ ଶିବବିବାହ ପାଇଁ ପତ୍ରପେଣ୍ଡି  ସମାପିତ ହୋଇଥିଲା  । 

 କୋଭିଡ କଟକଣା ରେ ଦେବଦମ୍ପତିଙ୍କ ଶୁଭବିବାହ ପାଇଁ ପତ୍ରପେଣ୍ଡି ଯାତ୍ରା ସମ୍ପନ୍ନ ହୋଇଥିବାବେଳେ  ଆସନ୍ତା ୧୫ ତାରିଖରେ ହେବ ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ଶୁଭ ପରିଣୟ ।

 

 

 

0
0
0
s2sdefault