ଗାଇସିଲାଟ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଶାକଦ୍ବିପୀ ଦୈବଜ୍ଞ ମହାସଂଘ ର ଏକ ସାଧାରଣ ସଭା ଗାଇସିଲାଟ ବ୍ଲକ ତାଲପାଲି ଠାରେ ଅନୁଷ୍ଠିତ ହୋଇଥିଲା । ସମାଜର ଅଧିଷ୍ଠାତା ସୂର୍ଯ୍ୟଦେବଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବରେ ପଦିତ୍ର ଗୁରୁ ଓ ତାକର ଧର୍ମ ପତ୍ନୀ ହରିପ୍ରିୟା ଗୁରୁ ଦାୟିତ୍ବ ସଂପାଦନ କରିଥିବା ବେଳେ ପୂରୋହିତ ଦାୟିତ୍ବ ଇଶ୍ବର ଚନ୍ଦ୍ର ଗୁରୁ ଦାୟିତ୍ବ ସଂପାଦନ କରିଥିଲେ । ଏହି ସଭାର ସ୍ବାଗତ ଭାଷଣ ଓ ଆଭିମୂଖ୍ୟ ସଂପର୍କରେ ବିନାୟକ ପ୍ରସାଦ ଗୁରୁ ଉପସ୍ଟାପନ କରିଥିଲେ । ଏଥିରେ ବରଗଡ ଜିଲ୍ଲା ସଭାପତି ଲାଭ ଯୋଷି . ପାଟଣାଗଡ ବ୍ଲକ ସଭାପତି ଜିବର୍ଦ୍ଧନ ପଣ୍ଡା . ଦୟାନିଧି ନାୟକ . ମୋହନ ପଣ୍ଡା . ସୋହେଲା ମଣ୍ଡଳ ସଭାପତି ବିଭିଷଣ ପଣ୍ଡା. ସୋନପୁର ସଭାପତି ପ୍ରଦିପ ଯୋଷି ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସର୍ବ ସମ୍ମତି କ୍ରମେ ବିନାୟକ ପ୍ରସାଦ ଗୁରୁଙ୍କୁ ସଭାପତି .୨ଜଣ ଉପସଭାପତି ଭାବରେ ଗଣେଶ ଗୁରୁ. ଟିକେଚନ୍ଦ ପଣ୍ଡା ଗଂଗାଧର ନାୟକ ସାଧାରଣ ସଂପାଦକ . ୨ଜଣ ସହ ସଂପାଦକ ଭାବରେ ଫକିର ଜ୍ୟୋତିଷ ଓ ବିଶ୍ବନାଥ ଗୁରୁ କୋଷାଧ୍ୟକ୍ଷ ଭାବରେ ରାଜୀବ ନାୟକ ମନୋନୀତ ହୋଇଥିଲେ । ନବ ନିର୍ବାଚିତ ପରିଚାଳନା କମିଟୀକୁ ସ୍ବାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମାଜରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା ଓ ସମାଧାନ କରାଯାଇଥିଲା । ସମାଜରେ ଥିବା ଶାକଦ୍ବିପୀ ଦୈବଜ୍ଞ ବ୍ରାହ୍ମଣ ମାନଂକ ପରିଚୟ ଓ ସାମାଜିକ ସ୍ଥିତି ସଂପର୍କ ରେ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଥିଲା ।ପରିଶେଷରେ ନବ ନିର୍ବାଚିତ ସଂପାଦକ ଗଂଗାଧର ନାୟକ ଧନ୍ୟବାଦ ଦେଇ ସଭା ସାଂଗ କରିଥିଲେ ।
ରାଜ୍ୟ
ଶାକଦ୍ବିପୀ ଦୈବଜ୍ଞ ମହାସଂଘ ପଦ୍ମପୁରର ସାଧାରଣ ସଭା
- Hits: 198