ହେଡଲାଇନସ୍:

ବିଜେପିର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି ଉପରେ ରାଜ୍ୟ ମୁଖପାତ୍ର ଙ୍କ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ ଫଙ୍କସନ୍ ହଲ ସମ୍ମିଳନୀ କକ୍ଷ ଠାରେ ଆଜି (ରବିବାର ଦିନ) ରାଜ୍ୟ ଭାଜପା ପକ୍ଷରୁ ଭାଜପାର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି ଉପରେ ବିଜେପି ରାଜ୍ୟ ମୁଖପାତ୍ର ତଥା ପ୍ରବକ୍ତା ଶ୍ରୀ ଜ୍ଞାନରଞ୍ଜନ ବେଉରା ଙ୍କ ଦ୍ଵାରା ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବିଜେପି ର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି -୨୦୨୪ ଉନ୍ମୋଚନ ଅବସରରେ ମୁଖପାତ୍ର ଶ୍ରୀ ବେଉରା ରାଜ୍ୟର ନବୀନ ସରକାରଙ୍କ ଉପରେ ବର୍ଶିଥିଲେ ଏବଂ କହିଥିଲେ ଯେ , ଏ ସରକାର ଗତ ୨୪ ବର୍ଷ ଶାସନ କାଳରେ ଅନେକ ଭୁଲ କରିଛନ୍ତି। ୨୪ ବର୍ଷର ସ୍ଥିର ସରକାର ନାମରେ ଓଡ଼ିଶାର ଯେଉଁ ବିକାଶ ହେବା କଥା , ତାହା ଓଡ଼ିଶାର ସମସ୍ତ ୪ ଟା ପାରାମିଟରକୁ ଦେଖିଲେ ତାହା ହୋଇନାହିଁ। ଓଡ଼ିଶାର ପ୍ରଚୁର କଞ୍ଚାମାଲ ତଥା ଖଣିଖାଦାନ ଅଛି ଓ ଏଠାରେ ବିଭିନ୍ନ ପ୍ରକାରର କୃଷି ଉତ୍ପାଦନ ହୋଇପାରିବ , କିନ୍ତୁ ଓଡ଼ିଶା ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ୨୫ ବର୍ଷର ଶାସନ ପରେ ମଧ୍ୟ ଓଡ଼ିଶା ତଳ ଆଡ଼କୁ କେତୋଟି ରାଜ୍ୟ ଭିତରେ ରହିଛି। ପରିଣାମ ସ୍ୱରୂପ ଓଡ଼ିଶାରେ ନିଜସ୍ଵ ପ୍ଲାଣ୍ଟଟିଏ ବସି ପାରିଲା ନାହିଁ। ଓଡ଼ିଶାର ଯୁବକ ଆଜି ଦାଦନ ଖଟିବାକୁ ଯାଉଛନ୍ତି।
ଗତ କୋଭିଡ ସମୟରେ ଯେତେବେଳେ ଦାଦନ ଖଟିବା ବାହାର ରାଜ୍ୟକୁ ଯାଇଥିବା ୧୦ ଲକ୍ଷ ଯୁବକ ଯୁବତୀ ଗଞ୍ଜାମ ଫେରି ଅଣା ହେଲା , ସେତେବେଳେ ରାଜ୍ୟ ସରକାର ଜବାବ ଦେଇଥିଲେ ଯେ , ସେମାନେ ଆଉ ଦାଦନ ଖଟିବାକୁ ୱାପସ ଯିବେ ନାହିଁ , ଏଠି ଟେକ୍ସ-ଟାଇଲ ପାର୍କ ହେବା ସହ ଏନଆରଇଜିଏସ ରେ କାମର ବ୍ୟବସ୍ଥା ହେବ , କିନ୍ତୁ ଦୁଃଖର କଥା , ସମୟ ଚାଲିଗଲା ୬ ମାସ ପରେ ସେମାନେ ପୁଣି ଦୁଃଖଭରା ହୋଇ ଫେରିଗଲେ ଆସିଥିବା ନିଜ ଅଞ୍ଚଳ ସ୍ଥାନକୁ।
ଓଡ଼ିଶାର ପାଣି , ଖଣି ଓ ପବନ ଦିନକୁ ଦିନ ନିଲାମ ହେବାରେ ଲାଗିଛି। ତେଣୁ ଓଡ଼ିଶାର ଜନସାଧାରଣ ମନ ବଦଲାଇଲେଣି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ଭାରତ ବର୍ଷର ଦାୟିତ୍ଵ ଦେବା ସହ ଓଡ଼ିଶାରେ ଏକ ବିକାଶ ମୁଖି ସରକାରକୁ ବିଜେପି ସରକାର ପ୍ରତିଷ୍ଠା କରିବା ପାଇଁ ଓଡ଼ିଶାର ଜନସାଧାରଣ ଚାହିଁଛନ୍ତି।
ବିଜେପିର ନିର୍ବାଚନୀ ଇସ୍ତାହାର ଓ ମୋଦୀ ଗ୍ୟାରେଣ୍ଟି ୨୦୨୪ ଉପରେ ମୁଖପାତ୍ର ଶ୍ରୀ ବେଉରା କହିଥିଲେ ଯେ , ନିର୍ବାଚନରେ ବିଜୟ ହେଲେ ପ୍ରତ୍ୟେକ ଘରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଫ୍ରୀ , ପ୍ରତ୍ୟେକ ଗରିବ ମହିଳାଙ୍କୁ ୧ ହଜାର ଟଙ୍କାର ସହାୟତା ଦିଆଯିବ , ବିଧବା ଓ ବୁଢ଼ାବୁଢ଼ୀ ଭତ୍ତା ବୟସ ଅନୁସାରେ ୧ ହଜାର ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯିବ , ପ୍ରତ୍ୟେକ ଗରିବଙ୍କୁ ପିଏମଏୱାଇ ରେ ଘର ପ୍ରଭୃତି ଉପରେ କହି ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ , ବାଇପାସ୍ ରାସ୍ତା ନିର୍ମାଣ କରାଯିବ ଏବଂ ଆବଶ୍ୟକତା ଦେଖି ଶିଳ୍ପ ପ୍ରତିଷ୍ଠା କରାଯିବ।
ଓଡ଼ିଶାକୁ ଭାରତ ବର୍ଷରେ ୧ ନମ୍ବର ରେ ପରିଣତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଦୃଷ୍ଟିଭଙ୍ଗୀ ରଖିଛନ୍ତି , ସେହି ଦୃଷ୍ଟିଭଙ୍ଗୀ ରୁ ଓଡ଼ିଶାରେ ଏକ ପ୍ରତିଷ୍ଠିତ ସରକାର ବିଜେପିର ସରକାର ଡବଲ ଇଞ୍ଜିନ ସରକାର କରିବା ପାଇଁ ଯେଉଁ ଆହ୍ବାନ ଦେଇଛନ୍ତି ଆମେ ତାକୁ ସଫଳ କରିବାକୁ ହେବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଜ୍ଞାନ ରଞ୍ଜନ ବେଉରା କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନଗର ସଭାପତି ଶ୍ରୀ ବସନ୍ତ କୁମାର , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବାଳକୃଷ୍ଣ ପାତ୍ର , ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ଚିତ୍ରି ସିମାଦ୍ରି ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

0
0
0
s2sdefault