ହେଡଲାଇନସ୍:

ନିଶ୍ଚିନ୍ତକୋଇଲି ଯୁବ-ଛାତ୍ର ବିଜେଡି ପକ୍ଷରୁ ବିଶାଳ ଯୁବ - ଛାତ୍ର ସମାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଡବଲ ଶଙ୍ଖରେ ମୋହର ମାରି ଜିତାଇବା ପାଇଁ ସଂକଳ୍ପ l

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା କୁଳିଆ ଆରଏମସି ପଡ଼ିଆ ଠାରେ ନିଶ୍ଚିନ୍ତକୋଇଲି ଯୁବ-ଛାତ୍ର ବିଜେଡ଼ି ପକ୍ଷରୁ ଏକ ବିଶାଳ ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକ 27 ଗୋଟି ପଞ୍ଚାୟତରୁ 5 ହଜାରରୁ ଅଧିକ ଯୁବ ଛାତ୍ର ମାନେ ଯୋଗଦାନ କରି ସୂଚେଇ ଦେଇଥିଲେ କି ଆଗାମୀ ନିର୍ବାଚନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ବହୁ ସଂଖ୍ୟାରେ ବିଜୟ ଲାଭ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିକାଶପୁରୁଷ ବିଧାୟକ ପ୍ରତାପ ଜେନା, କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗଦାନ କରି ଯୁବକ ଓ ଛାତ୍ର ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଡବଲ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ ।

Imageଅପରପକ୍ଷରେ ଏହି ସଭାରେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ପ୍ରକାଶ କରିଥିଲେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବକ ଏବଂ ଛାତ୍ରମାନଙ୍କୁ ସବୁ କ୍ଷେତ୍ରରେ ଅଧିକରୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି, ସେହିପରି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ଯୁବ ମାନସର ପ୍ରତୀକ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ମାହାଙ୍ଗାରେ କିଭଳି ଯୁବକ, ଛାତ୍ର ଏବଂ ମହିଳାମାନଙ୍କ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ତ୍ବରାନ୍ବିତ କରା‌ଯିବ ଯାହାଦ୍ବାରା ସମସ୍ତେ ନିଜେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଏକ ଉନ୍ନତ , ବିକଶିତ ମାହାଙ୍ଗା ଗଠନରେ ସହାୟକ ହୋଇପାରିବେ ସେ ସମ୍ପର୍କରେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, କଟକ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଦିପ୍ତ ବିଶ୍ଵାଳ, ନିଶ୍ଚିନ୍ତକୋଇଲି ବ୍ଳକ ଯୁବ ବିଜେଡ଼ି ସଭାପତି ଜ୍ଞାନରଞ୍ଜନ ରାଉତ , ଜିଲ୍ଲା ଯୁବ ବିଜେଡି ଉପସଭାପତି ବିନୋଦ ସାମଲ, ଛାତ୍ର ବିଜେଡ଼ି ସଭାପତି ପ୍ରିୟବ୍ରତ ସାହୁ , ଯୁବ ବିଜେଡି ଉପସଭାପତି ରୁଦ୍ରନାରାୟଣ ମହାନ୍ତି , ଛାତ୍ର ବିଜେଡି ଉପସଭାପତି ନିତ୍ୟାନନ୍ଦ ସ୍ୱାଇଁ, ସୋସିଆଲ ମିଡ଼ିଆ ସଂଯୋଜକ ରାଜା ସାହୁ, ଯୁବ ବିଜେଡି ଜୋନ୍ ସଭାପତି ପ୍ରବୋଧ ଚାନ୍ଦ, କଲାମ ଖାଁ, ବାବୁ ଖାଁ, ଛାତ୍ର ବିଜେଡି ଜୋନ ସଭାପତି ବିକ୍ରମ ସାହୁ, ଜୟପ୍ରକାଶ ନାୟକ, ସତ୍ୟରଞ୍ଜନ ଦାସ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ 5 ହଜାରରୁ ଅଧିକ ଯୁବ-ଛାତ୍ର ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ଆଗାମୀ ନିର୍ବାଚନରେ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ବହୁ ସଂଖ୍ୟା ଭୋଟରେ ବିଜୟଲାଭ କରିବେ ବୋଲି ପ୍ରକାଶ କରିଥିଲେ l

0
0
0
s2sdefault