ହେଡଲାଇନସ୍:

ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ କରିବାର ପ୍ରତିବଦ୍ଧତା ସଂକଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କରକମଳରେ ଓଡ଼ିଶା ବିଜେପିର ସଂକଳ୍ପପତ୍ର ଉନ୍ମୋଚିତ

  • • ଲୋକଙ୍କୁ ମୌଳିକ ସୁବିଧା ସହ ସମାନଙ୍କ ଆର୍ଥିକ ସମ୍ପନ୍ନ କରିବା ମୋଦୀ ଗ୍ୟାରେଣ୍ଟି

  • • ବିଜେପି ସରକାର ହେଲେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ମୂଲ୍ୟର ଭାଉଚର ଓ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବା ସଂକଳ୍ପପତ୍ରର ବଡ ଉପଲବ୍ଧି

  • • ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସହ ଦାଦନରୁ ମୁକ୍ତି ଏବଂ ଓଡ଼ିଆ ଅସ୍ମିତା ଓ ସ୍ମୃତିର ରକ୍ଷା ପାଇଁ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି

  • • ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଲେ


ସମ୍ବଲପୁର, ମଇ ୦୫ – ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ‘ମୋଦୀ ଗ୍ୟାରେଣ୍ଟି’ରେ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଧାନସଭା ନିର୍ବାଚନ ସଂକଳ୍ପ ପତ୍ରକୁ ଉନ୍ମୋଚନ କରିଛନ୍ତି । ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ କରିବା ନେଇ ମୋଦୀଙ୍କ ଥିବା ପ୍ରତିବଦ୍ଧତା ଉନ୍ମୋଚିତ ସଂକଳ୍ପ ପତ୍ରରେ ପ୍ରତିଫଳନ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ବିଜେପିର ସଂକଳ୍ପ ପତ୍ର ଆଜି ଓଡ଼ିଶାବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଛି । ଏଥିରେ ସାଧାରଣ ଲୋକଙ୍କ ମୌଳିକ ସୁବିଧା ସହ ସମାନଙ୍କ ଆର୍ଥିକ ସମ୍ପନ୍ନତା ଉପରେ ମୋଦୀ ଗ୍ୟାରେଣ୍ଟି ଦିଆଯାଇଛି । ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ; ୨୦୩୬ର ଦୂରଦୃଷ୍ଟି ସହ ଓଡ଼ିଶା, ଅସ୍ମିତା ଓ ପରିଚୟ ଉପରେ ସଂକଳ୍ପପତ୍ରରେ ଉଲ୍ଲେଖ ରହିଛି । କୃଷି କଲ୍ୟାଣ, ମହିଳା ଓ ବିକାଶ, ଶିକ୍ଷା, ଯୁବ ଓ କ୍ରୀଡା, ସ୍ୱାସ୍ଥ୍ୟ ଏବଂ ପୁଷ୍ଟି, ଅର୍ଥନୀତି ଓ ଶିଳ୍ପାୟନ, ନିଯୁକ୍ତି, ଜନଜାତି କଲ୍ୟାଣ, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବିକାଶ ସହ ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ବିଜେପି ସଂକଳ୍ପବଦ୍ଧ । ଓଡ଼ିଶାରେ ବିଜେପି ସରକାର ହେଲେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ସବୁ ଗରିବଙ୍କୁ ପକ୍କା ଘର ସହ ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ । ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ ଓ ସବୁ ଚାଷ ଜମି ଜଳସେଚନ ହେବ, ଯାହା ଏକ ବଡ ଉପଲବ୍ଧି ।

ପିଏମ ସୂର୍ଯ୍ୟଘର ଯୋଜନାରେ ସୌର ବିଦ୍ୟୁତ ସୁବିଧା ପ୍ରଦାନ କରାଯିବ । ଉଚ୍ଚମାନର ଶିକ୍ଷା ପାଇଁ ସହରାଞ୍ଚଳ ସହ ପ୍ରତି ବ୍ଲକରେ ୨ଟି ଭାବରେ ୮୦୦ ପିଏମଶ୍ରୀ ସ୍କୁଲ ପ୍ରତିଷ୍ଠା ହେବ । ଗରିବ କଲ୍ୟାଣ ଅନ୍ନ ଯୋଜନା ଆଉ ୫ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ । ଆୟୁଷ୍ମାନ ଭାରତ ଯୋଜନା ଲାଗୁ ସହ ଓଡ଼ିଶାର ସବୁ ଜିଲ୍ଲାରେ ମେଡିକାଲ କଲେଜ, ନର୍ସିଂ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲ ସହ ସଡକ ନିର୍ମାଣ ହେବ । ଯୁବବର୍ଗଙ୍କୁ ସରକାରୀ ଚାକିରି ଦିଆଯିବ । ଦାଦନରୁ ମୁକ୍ତି ସହ ଓଡ଼ିଆ ଅସ୍ମିତା ଓ ସ୍ମୃତିର ରକ୍ଷା ପାଇଁ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି । ବିଜେପି ସରକାରରେ ଓଡ଼ିଶାର ସେବା କରାଯିବ ଏବଂ ଭାରତବର୍ଷରେ ରାଜ୍ୟକୁ ୧ ନମ୍ବର କରାଯିବ ବୋଲି ସେ କହିଛନ୍ତି । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault