ଭୁବନେଶ୍ୱର:- ନିଜର ସମସ୍ତ କର୍ମଚାରୀ, ସେମାନଙ୍କ ପରିବାର ଓ ବିଜିନେସ୍ ଆସୋସିଏଟଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଏଏମ୍/ଏନ୍ଏସ୍ ଇଣ୍ଡିଆ ସିରମ୍ ଇନଷ୍ଟିଟ୍ୟୁଟ ଠାରୁ ୩୩୦୦୦ କୋଭିସିଲଡ୍ ଟୀକା କ୍ରୟ କରିଛି । ଏହି ଟୀକା ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ । ଏହି କ୍ରମରେ ଆଜି ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ପାରାଦୀପ ସ୍ଥିତ ପେଲେଟ୍ ପ୍ଲାଣ୍ଟରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଅପରେସନ୍ ମାନବ ସମ୍ବଳ ମୁଖ୍ୟ ପି.କେ. ମହାନ୍ତି ଓ ମୁଖ୍ୟ ସୁରକ୍ଷା ଅଧିକାରୀ ଦୁଲ୍ଲର୍ଭ ସିଂଙ୍କ ଉପସ୍ଥିତିରେ ସର୍ବମୋଟ ୩୦୦୦ଜଣଙ୍କୁ ଟିକା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଅପରେସନ୍ ଏକଜେକ୍ୟୁଟିଭ ଡାଇରେକ୍ଟର ସୁରେଶ ଜି କହିଲେ, "ଏଏମ୍/ଏନ୍ଏସର ସମସ୍ତ କର୍ମଚାରୀ ସେମାନଙ୍କ ପରିବାର ଓ ବିଜିନେସ୍ ଆସୋସିଏଟ୍ ମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ସହ ଶତ ପ୍ରତିଶତ ଟୀକାକରଣ ହେଉଛି ଆମର ମୂଳଲକ୍ଷ୍ୟ । ଆମେ ଆଶା କରୁଛୁ ଯେ, ଆମର ଏହି ଟୀକାକରଣ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ଦ୍ୱାରା ଚାଲୁଥିବା କାର୍ଯ୍ୟକ୍ରମକୁ ଅଧିକ ଦୃଢୀଭୂତ କରିବ । ଆମ ପ୍ରତିଶୃତିକୁ ରକ୍ଷା କରି ଆମେ ଏହି ଟୀକାକରଣ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ମାଗଣାରେ କରିଛୁ ।"
ଏଏମ୍/ଏନ୍ଏସ୍ ପକ୍ଷରୁ ସାରା ଭାରତରେ ନିଜର ବିଭିନ୍ନ ପ୍ଲାଣ୍ଟ ଓ ଅଫିସରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି ।