୧୮ରୁ୪୪ ବୟସ ଟୀକାକରଣ କେନ୍ଦ୍ରକୁ ଉଦଘାଟନ କଲେ ଜିଲ୍ଲାପାଳ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି:  ମାଲକାନଗିରି ପୌରାଞ୍ଚଳର ହାଟପଦା ସ୍ଥିତ ବୁଟିଗୁଡା ସ୍କୁଲ ପ୍ରକୋଷ୍ଠରେ ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କ ଦ୍ବାରା କରୋନା ଟିକା କେନ୍ଦ୍ରକୁ ଉଦ୍ଘାଟନ କରାଯାଇଛି ।ଏହି କରୋନା ଟିକା ୧୮ ରୁ ୪୪ ବର୍ଷ ବୟସର ବ୍ଯକ୍ତିମାନଙ୍କୁ ଦିଆ ଯିବ । ଏଥିପାଇଁ ବିବିଗୁଡା,ଏକ୍ସ ବୋର୍ଡ ସ୍କୁଲ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ଯଳୟ ଠାରେ ଟିକାକରଣ କେନ୍ଦ୍ର ଖୋଲା ଯାଇଛି । ଏହି ଟିକାକରଣ ଆଜି ଏବଂ ଆସନ୍ତା କାଲି ଅର୍ଥାତ ୨ ଦିନ ପର୍ଯ୍ଯନ୍ତ ଖୋଲା ରହିବ । ଯେଉଁମାନେ ଟିକା ନେବାକୁ ଇଛୁକ ବ୍ୟକ୍ତି ମୋବାଇଲରେ କୋଇନ୍ ଆପ କୁ ଡାଉନ୍ ଲୋଡ୍ କରି ନାମ ପଞ୍ଜୀକରଣ କରିପାରିବେ । ପ୍ରଥମ ପର୍ଯ୍ଯାୟରେ ୨୫୦୦ଡୋଜ୍ ଟିକା ମାଲକାନଗିରି ଜିଲ୍ଲାକୁ ଆସିଛି !ପରବର୍ତ୍ତୀ ସମୟରେ ଅଧିକା ଡୋଜ୍ ଆସିଲେ ଅନ୍ଯାନ୍ଯ ଗ୍ରାମାଞ୍ଚଳରେ ମଧ୍ଯ ଟିକାକରଣ କରାଯିବ ବୋଲି କୁହାଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲା ମୁଖ୍ଯ ଚିକିତ୍ସାଅଧିକାରୀ ପ୍ରଫୁଲ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଟୀକା ନେବା ପାଇଁ ମଧ୍ୟ ବୟସ୍କ ଙ୍କ ସକାଳ ୭ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଗହଳି ଲାଗିରହିଥିଲା ।

0
0
0
s2sdefault