ହେଡଲାଇନସ୍:

 "  କୋଭିଡ୍ ଲଢେଇ :  ଭଲ କାମ କରୁଥିବା ସରପଞ୍ଚଙ୍କୁ ପୁରସ୍କୃତ କରାଯିବ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଳାରେ କୋଭିଡ୍ ସଂକ୍ରମଣ କମାଇବା ନିମନ୍ତେ  ୱେବିନାର  ମାଧ୍ୟମରେ ବୈଠକ କଲେ ଜିଲ୍ଲାପାଳ

ରାୟଗଡ/ସରୋଜ ସାହୁ :- ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ  ବୃଦ୍ଧି ପାଉଥିବା ସଂକ୍ରମିତ ସଂଖ୍ୟା ରୋକିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରିରହିଛି  l ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ  ସରୋଜ କୁମାର ମିଶ୍ର  ଆଜି ଜିଲ୍ଲାର ସମସ୍ତ ସରପଞ୍ଚ ଓ ବିଡ଼ିଓ ମାନଙ୍କ ସହିତ  ଗୁଗୁଲରେ ମାଧ୍ୟମରେ ଏକ ବୈଠକ କରିଥିଲେ  l ଏହି ବୈଠକରେ ପିଡି, ଡ଼ିଆରଡିଏ ଶ୍ରୀ ମହେଶ୍ୱର ନାଏକ ସମେତ ଜିଲ୍ଲାର ସମସ୍ତ ବିଡ଼ିଓ ମାନେ ଯୋଗଦେଇଥିଲେ l   ବୈଠକରେ ମୁଖ୍ୟତଃ କୋଭିଡ ଗ୍ରାମାଞ୍ଚଳ ସ୍ଥରରେ ହ୍ରାସ କରିବା ନିମନ୍ତେ ସରପଞ୍ଚ ମାନେ ତଳସ୍ତରରୁ ଉଦ୍ଧ୍ୟମ ଉପରେ ଗୁରୁତ୍ବ ଜିଲ୍ଲାପାଳ ଗୁରୁତବାରୋପ କରିଥିଲେ l ବିଶେଷ କରି କୋଭିଡ ନିୟମ ଗାଁ ସ୍ଥରରେ କଡାକଡି ଭାବେ ପାଳନ କରିବା, ନିୟୋମିତ ହାତଧୂଇବା, ମାସ୍କ ବ୍ୟବହାର କରିବା ଉପରେ ଜନସାଧାରଣଙ୍କୁ ସଚେତନ କରିବା ସହିତ  ବାହାଘର, ବ୍ରତଘର, ଓ ପର୍ବ ପର୍ବାଣି ଭଳି ଜନଗହଳି ପୂର୍ଣ କାର୍ଯ୍ୟକ୍ରମ ଆୟୋଜନକୁ ଦୁରେଇ ରହିବ ନିମନ୍ତେ ଲୋକଙ୍କୁ ବୁଝାଇବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ସରପଞ୍ଚ ମାନଙ୍କୁ ଅନୁରୋଧ କରିଥିଲେ l ଘରରକୁ ଘର ଯାଇ ସର୍ଭେ କାର୍ଯ୍ୟ, ପରୀକ୍ଷା ଓ ଟିକl କରଣ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହଯୋଗ ପାଇଁ ସରପଞ୍ଚ ମାନଙ୍କ ଉଦ୍ଧ୍ୟମ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ l ଏଥିନିମନ୍ତେ ସମସ୍ତ ବିଡ଼ିଓ ଓ ସରପଞ୍ଚମାନଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l ଗାଁ ମାନଙ୍କରେ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବଶବର୍ତ୍ତୀ ହୋଇ କିଛି ଗାଁରେ ପରୀକ୍ଷା ଓ ଟିକକରଣରେ   ସେଥିପାଇଁ ସ୍ଥାନୀୟ ଜନସାଧାରଣ ସହଯୋଗ କରୁ ନଥିବାରୁ ଲୋକମାଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର କରିବା ପ୍ରୟାସ କରାଯିବl ନିମନ୍ତେ ସରପଞ୍ଚ ମାନଙ୍କୁ ଅନୁରୋଧ କରିଥିଲେ l ଏଥି ନିମନ୍ତେ ସ୍ଥାନୀୟ ଜନସାଧାରଣ, ୱାର୍ଡ ସଭ୍ୟ , ପଂଚାୟତ ଜନ ପ୍ରତିନିଧିଙ୍କୁ  ମାନଙ୍କ ସହlୟତା ନେବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ  l

ସଚେତନ କାର୍ଯ୍ୟକ୍ରମକୁ ବ୍ୟପକ କରିବାକୁ ମଧ୍ୟରେ ଜିଲ୍ଲାପାଳ ସମସ୍ତ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଛନ୍ତି  l ଗାଁରେ ଲୋକମାନଙ୍କ ସlସ୍ଥ୍ୟବସ୍ଥା ଉପରେ ୱାର୍ଡ ସଭ୍ୟ ଓ ଅଙ୍ଗନୱାଡି ମାନଙ୍କ ପାଖରରୁ ପଚାରି ବୁଝିବେ ଏବଂ କାହାର କୋଭିଡ ଲକ୍ଷଣ ଦେଖାଯାଇଥିଲେ ତୁରନ୍ତ ତାଙ୍କୁ ସାଙ୍ଗରୋଧ କରିବ ଓ ଆବଶ୍ୟକ ପଡିଲେ ବିଡ଼ିଓ, ମେଡିକାଲ ଅଫିସରଙ୍କୁ ଖବରଦେବାକୁ ଜିଲ୍ଲାପାଳ କରିଥିଲେ l ଜିଲାରେ ବର୍ତ୍ତମାନ କୋଭିଡ ରୋଗୀଙ୍କ ଚିକତ୍ସା ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ନେଇ ବୈଠକରେ ପ୍ରକାଶ କରିଥିଲେ l ଡ଼ଙ୍ଗାରିଆ ଆଦିବାସୀ ମାନଙ୍କୁ ପରୀକ୍ଷା କରାଯାଇଛି ଚିକିତ୍ସା କରାଯାଉଥିବା ଓ ତାଙ୍କ ପରିବାରକୁ ପ୍ରଶାସନକୁ କିରାନା ସମାନ ଦେବାର ବ୍ୟବସ୍ଥା କରାଯାଉଥବା ଜିଲ୍ଲାପାଳ ପ୍ରକାଶ କରିଥିଲେ l ଡ଼ଙ୍ଗରିଆ ମାନେ କୋଭିଡ ରୋଗ ବିଷୟରେ ବିଝିକି ପରୀକ୍ଷା ପାଇଁ ରାଜିହେବ ସହ ଟୀକା ମଧ୍ୟରେ ନେଉଛନ୍ତି l ସେହିପରି ଆନ୍ୟ ଅଞ୍ଚଳର ସରପଞ୍ଚ ମାନେ ମଧ୍ୟରେ ପ୍ରଚାର ପ୍ରଶର କରିବାକୁ କୁହାଯାଇଛି l ଏହାସହିତ ବାହାରକୁ ଯାଇଥିବା ବ୍ୟକ୍ତି ମାନଂକ ତାଲିକା କରିବା ସହ ବାହାର ରାଜ୍ୟରୁ ଆସିଥିବା ଫେରନ୍ତାଙ୍କ ଖବର ନେଇ ସେମlନଙ୍କୁ ସାଙ୍ଗରୋଧ କରିବାକୁ ଜିଲ୍ଲାପାଳ କହିଥିଲେ l ଯେଉଁ ସରପଞ୍ଚ ଯେତେବେଳେ ଭଲ କାମ କରିବ ତାଙ୍କ ସଫଳତା ନେଇ ତାଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ l

    ଏହା ସହିତ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ କର୍ମୀ ଆଶା, ଅଙ୍ଗନବାଡିଙ୍କୁ ସହଯୋଗ କରିବେ ନିମନ୍ତେ ଜିଲ୍ଲାପାଳ କହିଥିଲେ l କୋଭିଡ ସଚେତନ କାର୍ଯ୍ୟରେ ଗାଁ କଲ୍ୟାଣ ସମିତିର ସମ୍ପୃକ୍ତି ଦିଆଯାଇଥିବା ପାଣ୍ଠିର ସଦୁପଯୋଗ ଉପରେ ତଦରଖ କରିବେ l

 

0
0
0
s2sdefault