ରାୟଗଡ଼ା (ସରୋଜ ସାହୁ) : କେବଳ ଭାରତ ନୁହେଁ ସମଗ୍ର ବିଶ୍ବ କରୋନା ମହାମାରୀ ସଂକ୍ରମଣର ଶିକାର ହୋଇଛି । ସମ୍ପୂର୍ଣ୍ଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । କରୋନା ସ୍ଥିତିରେ ନିୟନ୍ତ୍ରଣ ପାଇଁ ବିଶ୍ଵବ୍ୟାପି ତାଲା ବନ୍ଦ ପରିସ୍ଥିତି ଦେଇ ଗତି କରୁଛି । ଆମ ଦେଶରେ ମଧ୍ୟ ବିଗତ ୨୪ ମାର୍ଚ ରୁ ତାଲା ବନ୍ଦ ପରିସ୍ଥିତି ଦେଇ ଗତି କରି ଆସୁଛି । ଧୀରେ ଧୀରେ ତାଲାବନ୍ଦରେ କୋହଳତା ଅବଲମ୍ବନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତାଲାବନ୍ଦ କାରଣରୁ ସର୍ବାଧିକ କଳ କାରଖାନା ଗାଡ଼ି ମଟର ବନ୍ଦ ଥିବା କାରଣରୁ ମାତ୍ରାଧିକ ପ୍ରଦୂଷଣ କମି ଯାଇଛି ଓ ପ୍ରଦୂଷଣରେ ନିୟନ୍ତ୍ରଣ ହୋଇଛି । ଯେଉଁ ଯେଉଁ ସ୍ଥାନରେ ଶ୍ଵାସକ୍ରିୟା ପାଇଁ କଠିନ ହେଉଥିଲା ସେଠାରେ ବାୟୁରେ ଅମ୍ଳଜାନ ମାତ୍ରା ବୃଦ୍ଧି ପାଇଛି । ନଦୀ ନାଳ ପାଣି ସ୍ବଛ ଓ ନିର୍ମଳ ହୋଇ ଯାଇଛି। କିନ୍ତୁ ଲକଡାଉନ ହଟିଯିବା ପରେ ପ୍ରଦୁଷଣର ମାତ୍ରାରେ ନିଶ୍ଚିତ ବୃଦ୍ଧି ହେବ ।
ଏଣୁ ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳନ ଅବସରରେ ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ଓଡିଶା ର ରାୟଗଡ଼ା ଜିଲ୍ଲା ତରଫରୁ ସରକାରଙ୍କ ସମସ୍ତ କରୋନା ନିୟମକୁ ମାନି ଆଜି ୯ ଦଫା ଦାବି ସ୍ମାରକ ପତ୍ର ମାଧ୍ୟମରେ ପ୍ରଦୁଷଣ ନିୟନ୍ତ୍ରଣ ପରିପ୍ରେକ୍ଷୀରେ ନିମ୍ନୋକ୍ତ ଦାବି ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଙ୍କୁ ପ୍ରଦାନ କରାଯିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଆଞ୍ଚଳିକ କାର୍ଯ୍ୟାଳୟ ରେ ଶ୍ରୀ ବଳରାମ ମଣ୍ଡଳଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ଦାବି ପତ୍ର ପ୍ରଦାନ ସମୟରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ପର୍ଯ୍ୟାବରଣ ମଞ୍ଚର ସଂଯୋଜକ ଶ୍ରୀ ଯୋଗେଶ୍ୱର ଦାସ , ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ , ବିଶ୍ଵକର୍ମା ମଜଦୁର ସଂଘ ର ସଭାପତି ଶ୍ରୀ ଦୁର୍ଗା ମାଧବ ଘୋଷ , ସଂପାଦକ ସନ୍ତୋଷ ପଟ୍ଟନାୟକ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ ।