ରକ୍ତ ଶର୍କରା ସ୍ଥିତି ଓ ଯକୃତ, ଫୁସଫୁସ ଏବଂ ବୃକକ୍ ସମସ୍ୟା
ଭୁବନେଶ୍ୱର,(ଶାସକ ପ୍ରଶାସକ) :ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ରକ୍ତ ଶୂନ୍ୟତା, ରକ୍ତ ସର୍କରାର ସ୍ଥିତିା ଏଥି ସହିତ ଯକୃତ, ଫୁସଫୁସ ଓ ବୃକକରେ ରହିଥିବା ସମସ୍ୟା ମଧ୍ୟ ଜଣାପଡ଼ିବା ତାହା ପୁଣି ଏକ ମିନିଟରୁ କମ୍ ସମୟ ମଧ୍ୟରୋ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆରମ୍ଭ ହୋଇଥିବା ନୂତନ ଷ୍ଟାର୍ଟଅପ୍ ଏହି ଅଭିନବ ଜ୍ଞାନକୌଶଳର ବିକାଶ କରିଛନ୍ତିା ଇଜି-ଆରଏକ୍ସ ନାମକ ଯନ୍ତ୍ରପାତି ଉତ୍ପାଦନକାରୀ ଶିଳ୍ପସଂସ୍ଥା ଏହାକୁ ବଜାରରେ ଉପଲବ୍ଧ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯାହା ଶସ୍ତା ଓ ସହଜରେ ଉପଲବ୍ଧ ହୋଇପାରିବା କୋଭିଡ୍-୧୯ ପରି ମହାମାରୀ ସମୟରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଅସ୍ୱାଭାବିକତା ଏବଂ କାମ କରିବା ବନ୍ଦ କରିଦେବା ଭଳି ସ୍ଥିତିରେ ତ୍ୱରିତ ଆକଳନ କରିହେବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଥିବା ବୟସ୍କ ରୋଗୀଙ୍କ କ୍ଷେତ୍ରରେ ଶରୀର ଯାଞ୍ଚ ନିମନ୍ତେ ଏହା ବହୁ ଉପଦେୟ ସାବ୍ୟସ୍ତ ହୋଇପାରିବା ଅନ୍ୟ ଏକ ସଂସ୍ଥା କୋଭିଡ୍-୧୯ ନିମନ୍ତେ ଦିଆଯାଉଥିବା ପ୍ରତିଷେଧକ ଟିକାକୁ ସହଜ ଏବଂ ନିରାପଦରେ ପରିବହନ କରିବା ନିମନ୍ତେ ବିଯୁକ୍ତ ତାପମାତ୍ରାଯୁକ୍ତ ପରିବହନ ଓ ଷ୍ଟୋରେଜ୍ ସକାଶେ ବାୟୋସିୟୋର ନାମକ ଏକ ଉପକରଣର ନିର୍ମାଣ କରିଛିା ଏହି ସାହାଯ୍ୟରେ ଘରକୁ ଘର ବୁଲି ଟିକାଦାନ ପ୍ରକ୍ରିୟାକୁ ଅନ୍ୟାୟାସରେ ସଂଚାଳନ କରିହେବା ଏହା ବିଶେଷ ଭାବେ ଅଗମ୍ୟ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ବହୁ ଉପକାରୀ ହୋଇପାରିବା ଏହାକୁ ମାକ୍ଫି ସଲ୍ୟୁସନ୍ ପ୍ରା.ଲିଃ. ସଂସ୍ଥା ଉତ୍ପାଦନ କରିବା ସକାଶେ ଆଇସିଏମ୍ଆର୍କୁ ମୂଲ୍ୟାଙ୍କନ କରିବା ପାଇଁ ଆବେଦନ କରିଛନ୍ତିା ମେଡ୍-ଟେଲ୍ ହେଲଥକେୟାର ନାମକ ସଂସ୍ଥା ଦୂରରେ ଥିବା ରୋଗୀଙ୍କୁ ଡାକ୍ତରୀ ପରାମର୍ଶ ଉପଲବ୍ଧ କରିପାରୁଛିା ଅତି ଜରୁରୀବେଳେ ଡାକ୍ତର ପାଖକୁ ବ୍ୟକ୍ତିଗତ ଭାବେ ରୋଗୀ ନଯାଇ ଡାକ୍ତରୀ ସେବା ପାଇବାରେ ଏହି ପଦ୍ଧତି ସଫଳତାର ସହ କାର୍ଯ୍ୟ କରିପାରୁଛିା ଏହାର ଉପାଦେୟତା ସକାଶେ ବିଭିନ୍ନ ବାହାରଦେଶ ଏହାର ଉତ୍ପାଦନ ସକାଶେ ଆଗଭର ଥିବା ରିପୋର୍ଟରେ ଦର୍ଶାଯାଇଛିା ଆଉ ଏକ ମେଡି-କିଟ୍ ଯାହା ଶରୀରର ତ୍ୱରିତ ଆଣ୍ଟିବଡ଼ି ମାପିବାରେ ସଫଳ ହୋଇଛିା ଆଇସିଏମ୍ଆର୍ ଏହାକୁ ୯୨% ସଫଳ ହେଉଥିବା ପ୍ରମାଣପତ୍ର ପ୍ରଦାନ କରିଛନ୍ତିା ଏହା ସାର୍ସ-କୋଭିଡ୍-୨କୁ ଚିହ୍ନଟ କରିପାରିବା ସହିତ ଲକ୍ଷଣବିହୀନ ଲୋକଙ୍କ ଶରୀରରେ ସେରୋ ସଂକ୍ରମଣ ସଂପର୍କରେ ତଥ୍ୟ ପ୍ରଦାନ କରିପାରିବା ତା'ଛଡ଼ା "ସ୍ୱସ୍ଥ' ନାମକ ଏକ କୋଭିଡ୍ ସ୍ୱାସ୍ଥ୍ୟସେବା ପରିଚାଳନା ପାଇଁ ଟେକ୍ ଷ୍ଟାର୍ଟଅପ୍ ବିକଶିତ କରାଯାଇଛିା ଏହା ଜିଲ୍ଲା ପ୍ରଶାସନ, ପୌରପରିଷଦ ପ୍ରଭୂତିଙ୍କୁ କୋଭିଡ୍ ପରିଚାଳନାରେ ଉପାଦେୟ ହେବା ଏହାର ପ୍ରୟୋଗରେ ଡାକ୍ତରଖାନାରେ ସିଟ୍, ରେଫରାଲ୍, ଅମ୍ଳଜାନ ଉପଲବ୍ଧ ପ୍ରଭୃତି ସମ୍ବନ୍ଧରେ ସଠିକ୍ ବିବରଣୀ ରୋଗୀମାନେ ପାଇପାରିବୋ ଅନ୍ୟ ଏକ ସଂସ୍ଥା ଆର୍ଟି-ପିସିଆର୍ ଏବଂ ଡିଏନ୍ଏ ପରୀକ୍ଷା ନିମନ୍ତେ ଉପକରଣ ନିର୍ମାଣ କରିଛନ୍ତିା ଗତ କୋଭିଡର ଦ୍ୱିତୀୟ ଲହରୀ ସମୟରେ ଏହା ପ୍ରାୟ ୧ ଲକ୍ଷ ଲୋକଙ୍କ ପରୀକ୍ଷା କରି ସଫଳତା ହାସଲ କରିଛିା
ଏହିସବୁ ଷ୍ଟାର୍ଟଅପ୍ ଓଡ଼ିଶାରେ ତାଙ୍କର ଉତ୍ପାଦନ ଆରମ୍ଭ କରିଛନ୍ତିା ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ଓଡ଼ିଶା ଅଧୀନରେ ଏସବୁ ଷ୍ଟାର୍ଟଅପ୍ ପଂଜୀକୃତ ହୋଇଛିା ରାଜ୍ୟ ସରକାରଙ୍କ ତରଫରୁ ଏହି ନୂତନ ଷ୍ଟାର୍ଟଅପଗୁଡିକୁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦିଆଯାଇଛିା ଏଥି ପାଇଁ ଏମ୍ଏସ୍ଏମ୍ଇ ପାର୍କ, ଶିଳ୍ପାଞ୍ଚଳ ପ୍ରଭୃତି ସୃଷ୍ଟି କରାଯାଇଛିା ଆବଶ୍ୟକ ସ୍ଥଳେ ସରକାରୀ ଜମିଯୋଗାଣ, ବ୍ୟାଙ୍କ ଲିଙ୍କକେଜ୍ ଆଦି ସୁବିଧା ଯୋଗାଇ ଦିଆଯାଉଛିା ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଷ୍ଟାର୍ଟଅପଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ନିୟମିତ ଭାବେ ସମୀକ୍ଷା ବୈଠକ ଆୟୋଜନ କରି ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଉଛିା ଆଗାମୀ ଦିନରେ ଏସବୁ ଉଦ୍ୟୋଗ ଓଡ଼ିଶାର ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇପାରିବ ବୋଲି ଆଶା କରାଯାଉଛିା