ହେଡଲାଇନସ୍:

ବିଜୁ ଜନତା ଦଳ ତରଫରୁ ରକ୍ତ ଦାନ ଶିବିର : 52 ୟୁନିଟ ରକ୍ତ ସଂଗ୍ରହ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବିଜୁ ଜନତା ଦଳ ଓଡିଶା ମୋ ପରିବାର ତରଫରୁ ପାଇକମାଲ ଧର୍ମଶାଳା ଠାରେ ଜୀବନ ବିନ୍ଦୁ ମାଧ୍ୟମରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଙ୍କର ଉପସ୍ଥିତ ରେ  ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । 

       ବର୍ତମାନ ଏହି ମହାମାରୀ କାଳରେ ରକ୍ତଭଣ୍ଡାର ଗୁଡ଼ିକରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି । ରକ୍ତ ଭଣ୍ଡାରରୁ ରକ୍ତର ଅଭାବକୁ କିଛି ପରିମାଣରେ ଦୂର କରିବା ପାଇଁ ଓଡିଶା ମୋ ପରିବାର ଦୀର୍ଘ ଦିନ ହେଲା ଜୀବନ ବିନ୍ଦୁ କାର୍ଯକ୍ରମ ମାଧ୍ୟମ ରେ ରକ୍ତ ଦାନ ଶିବିରର ଆୟୋଜନ କରି ଆସୁଛି । ଶ୍ରୀ ଗୌରହରି ମିଶ୍ର ଦେଇଥିବା ସୁଚନା ଅନୁସାରେ ଗତ ଦଶ ମାସରେ ଓଡିଶା ମୋ ପରିବାର ଜୀବନବିନ୍ଦୁ କାର୍ଯକ୍ରମ ମାଧ୍ୟମରେ ଏକ ଲକ୍ଷ ଉନିଟରୁ ଅଧିକ ରକ୍ତ ସଂଗ୍ରହ କରି ସାରିଛି । 

     ଆଜି ପାଇକମାଲ ଧର୍ମଶାଳା ଠାରେ ଆୟୋଜିତ କାର୍ଯକ୍ରମରେ ସର୍ବ ମୋଟ 52 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବିଜୁ ଯୁବା ଜନତା ଦଳର ବ୍ଲକ ଅଧ୍ୟକ୍ଷ ଶ୍ରୀ ଗୌତମ ସିଂ ଙ୍କର ପ୍ରତକ୍ଷ ତତ୍ୱବାଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବନେତା ଭୋଜରାଜ ସିଂ ବରିହା ,  ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ , ବିଜୁ ଜନତା ଦଳର ସଭାପତି ଶ୍ରୀ ରାଉତ , ବିଧାୟକଙ୍କ  ପ୍ରତିନିଧି ଶ୍ରୀ ହୃଦାନନ୍ଦ ବାରିକ , ଛାତ୍ର ଜନତା ଦଳର ସଭାପତି ଶ୍ରୀ ରବି ସାହୁ , ପ୍ରମୁଖ ଉପସ୍ଥିତ ରହି ଯୁବ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

0
0
0
s2sdefault