ପୁରୀ: ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ବିରୁଦ୍ଧରେ ଏତଲା ଦେଲା ପୁରୀର ଜଗନ୍ନାଥ ସେନା । ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ଚିଠି ଲେଖି ବିବାଦରେ ବିଧାୟକ ସୁକାନ୍ତ ନାୟକ । ମହାପ୍ରଭୁଙ୍କ ରଥ ନିର୍ମାଣକୁ ଅଯଥା ଖର୍ଚ୍ଚ ବୋଲି କହିଥିବାରୁ ଆପତ୍ତି କରିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଏନେଇ ସୋମବାର ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ଆପିସି ଧାରା ୨୯୫, ୨୯୫(କ), ୨୯୬, ୨୯୭, ୨୯୮, ୧୨୦(ଖ) ଅନୁଯାଇ କାର୍ଯ୍ୟାନୁଷ୍ଠାନ ସହ ଗିରଫ ଦାବି କରିଛି ପୁରୀ ଜଗନ୍ନାଥ ସେନା । ବିଧାୟକ ମହୋଦୟ ନୀଳଗିରି ଜଗନ୍ନାଥ ମନ୍ଦିରର ରଥଯାତ୍ରାରେ ଅଯଥା ୭ ଲକ୍ଷ ନ କରି ରଥଯାତ୍ରାକୁ ବନ୍ଦ କରିବାକୁ ବାଲେଶ୍ବର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଯାହା କୋଟି କୋଟି ଜଗନ୍ନାଥ ପ୍ରେମିଙ୍କ ଭାବନାକୁ ଆଘାତ କରିଛି ବୋଲି କହିଛନ୍ତି ଆବାହକ ପ୍ରିୟଦର୍ଶନ । ଆହୁରି ମଧ୍ଯ, ବିଧାୟକ ସୁକାନ୍ତ ନାୟକ ପ୍ରତ୍ୟେକ ଓଡିଆଙ୍କୁ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଘରେ ଘରେ ଗଛ ଲଗାଇବାକୁ ଅନୁରୋଧ କରିଥାନ୍ତେ ତାହେଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ପ୍ରିୟଦର୍ଶନ।
ରାଜ୍ୟ
ବିଧାୟକ ସୁକାନ୍ତ ନାୟକଙ୍କ ଗିରଫ ଦାବିକଲା ଜଗନ୍ନାଥ ସେନା
- Hits: 616
