ହେଡଲାଇନସ୍:

ଝାରସୁଗୁଡାରେ ‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଂଚ’ ୧୦୦ଟି ଅକ୍ସିଜେନ ସିଲିଣ୍ଡରର ଲୋକାର୍ପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ସୁଦୃଢ କରିବା ସହ ଅଧିକ ମେଡିକାଲ୍ କଲେଜ ଖୋଲିବାର ଆବଶ୍ୟକ ରହିଛି - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, - ଓଡ଼ିଶାରେ କୋଭିଡ୍ ବେଡ୍ ଏବଂ ଆନୁଷଙ୍ଗିକ ଭିତିଭୂମି ବୃଦ୍ଧି କରାଯାଉଥିବା ବେଳେ ଡ଼ାକ୍ତର ଏବଂ ଭେଂଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ସୁଦୃଢ କରିବା ସହ ଅଧିକ ମେଡିକାଲ୍ କଲେଜ ଖୋଲିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଂଚ’ (ଓପିଏମୱାଇଏମ) ପକ୍ଷରୁ ଅନଲାଇନ ପ୍ଲାଟଫର୍ମରେ ଆୟୋଜିତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାରେ ୧୦୦ଟି ଅକ୍ସିଜେନ  ସିଲିଣ୍ଡରର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହି ଲୋକାର୍ପଣ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରି, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଅଖିଳ ଭାରତୀୟ ମାରୱାଡ଼ି ଯୁବ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ କପିଲ ଲୋଖୋଟିଆ, ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ସଂଘର ପ୍ରାନ୍ତୀୟ ଅଧ୍ୟକ୍ଷ ନରେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏ ଅବସରରେ ଶ୍ରୀ ପ୍ରଧାନ  କହିଛନ୍ତି ଯେ ଭାରତରେ ଜଣେ ଡାକ୍ତର ହାରାହାରି ୧୪୦୪ ଜଣଙ୍କୁ ଚିକିତ୍ସା କରୁଥିବା ବେଳେ ଓଡିଶାରେ ଜଣେ ଡାକ୍ତର ହାରାହାରି ୨୧୮୭ ଜଣଙ୍କୁ ଚିକିତ୍ସା କରୁଥିବା ତଥ୍ୟରୁ ଜଣାପଡିଛି । ସେହିପରି ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ପାଇଁ ୧୩୯ଟି ବେଡ୍ର ବ୍ୟବସ୍ଥା ଥିବାବେଳେ ଓଡିଶାରେ ହାରାହାରି ପ୍ରତି ଲକ୍ଷେ ଲୋକଙ୍କ ପାଇଁ ମାତ୍ର ୫୯ଟି ବେଡ୍ ରହିଛି । ତେଣୁ ଓଡିଶାରେ ଥିବା ପୁରୁଣା ମେଡିକାଲ କଲେଜରେ ସିଟ୍ ସଂଖ୍ୟାକୁ ବୃଦ୍ଧି କରାଯିବା ସହ ନୂଆ ମେଡିକାଲ କଲେଜ୍ ସ୍ଥାପନା

ହେବା ଦରକାର । ନର୍ସିଂ, ପାରାମେଡିକାଲ କର୍ମଚାରୀ ତଥା ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବଢାଇବାକୁ ହେବ । ଭେଂଟିଲେଟର ଟେକ୍ନିସିଆନ୍ ବଢାଇବାକୁ ହେବ । ଏହାର ସମାଧାନ ପାଇଁ କେବଳ ସରକାର ନୁହେଁ ସମାଜ ମଧ୍ୟ ଚିନ୍ତା କରିବା ଦରକାର । ଏଭଳି ଏକ ଜାଗୃତ ଭାବ ସମସ୍ତଙ୍କ ମନରେ ଆସିବା ଦରକାର । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହୋଇଥିବା ବେଳେ ଶୁଭାରମ୍ଭ ହୋଇଥିବା ଅକ୍ସିଜେନ  ସିଲିଣ୍ଡରର ବ୍ୟବସ୍ଥା ଓଡ଼ିଶା ପ୍ରାନ୍ତୀୟ ମାରୁୱାଡ଼ି ଯୁବ ମଂଚର କାର୍ଯ୍ୟକର୍ତାଙ୍କ ଜରିଆରେ ଅନେକ କୋଭିଡ୍ ରୋଗୀଙ୍କ ପାଖରେ ପହଁଚିବା ସହ ସେମାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ । କୋଭିଡ୍-୧୯ ମୁକାବିଲାରେ ପଶ୍ଚିମ ଓଡ଼ିଶା ତଥା ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ବଢାଇବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ସହଯୋଗୀ ହୋଇଥିବା ବେଳେ ଏଥିରେ ସମାଜର ସହଯୋଗୀ ହେବାର ଆବଶ୍ୟକତା ନିହାତି ଆବଶ୍ୟକ । ତେବେ ଯାଇ କରୋନାକୁ ପରାଜୟ କରିହେବ । ‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଂଚ’ କୋଭିଡ୍ ସଂକ୍ରମିତଙ୍କ ସମେତ ଅସହାୟଙ୍କୁ ଖାଦ୍ୟ ବାଂଟିବା, ପ୍ଲାଜମା ଦାନ, ଆମ୍ବୁଲାନ୍ସ ଏବଂ ଅrିଜେନ୍ ସିଲିଣ୍ଡର ବ୍ୟବସ୍ଥା ସହ ମଂଚର ଯୁବ କାର୍ଯ୍ୟକର୍ତା ମାନେ ଦିନରାତି କାମ କରିବା ପ୍ରଶଂସନୀୟ । ଆଜିର ବ୍ୟବସ୍ଥା ପାଇଁ ‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମୋର୍ଚ୍ଚାର ସବୁ କାର୍ଯ୍ୟକର୍ତାଙ୍କୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି ।

 

 

0
0
0
s2sdefault