ହେଡଲାଇନସ୍:

ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ କାର୍ଯ୍ୟବନ୍ଦ ଚେତାବନୀ,  ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ  ଦାବିପତ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

30-06-18-revnue-field-worke.jpg - 75.22 kB

ଆନ୍ଦୋଳନମୁଖୀ । ଦାବି ପୂରଣରେ ସରକାରଙ୍କ ଉଦାସୀନତାକୁ ବିରୋଧ କରି ଓଡ଼ିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ, ରାଜ୍ୟ ଶାଖା କର୍ମକର୍ତ୍ତାଙ୍କ ନିର୍ଦ୍ଦେଶ କ୍ରମେ ସୋମବାରଠାରୁ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ସମୂହଛୁଟିରେ ରହବାକୁ ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ସଂଘର ଜିଲ୍ଲା ଶାଖା କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ପାତରଅନ୍ତର ନୀତି ଯୋଗୁଁ ରାଜସ୍ୱ ନିରୀକ୍ଷକ, ସହକାରୀ ନିରୀକ୍ଷକ ଓ ରାଜସ୍ୱ ପରିଦର୍ଶକଙ୍କୁ ଉଚିତ ସରକାରୀ ସୁବିଧା ସୁଯୋଗ ମିଳୁନାହିଁ ବୋଲି ସଂଘର କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ରାଜସ୍ୱ ଆଦାୟଠାରୁ ଅନ୍ୟାନ୍ୟ ପ୍ରତିଟି କାର୍ଯ୍ୟରେ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଉଥିଲେ ବି ଦରମା ବୃଦ୍ଧି, ପଦୋନ୍ନତି କ୍ଷେତ୍ରରେ ସେମାନଙ୍କୁ ସର୍ବଦା ଅବହେଳା କରାଯାଉଥିବା ସଂଘ ପକ୍ଷରୁ ଆରୋପ ହୋଇଛି । ବିଶେଷ କରି ଗ୍ରେଡ୍ ପେ ଲାଗୁ, ଆରଏସିପି ଲାଗୁ କରିବା, ବର୍ଦ୍ଧିତ ଦରମା ପ୍ରଦାନ କରିବା,  ରାଜସ୍ୱ ପରିଦର୍ଶକଙ୍କୁ ଅତିରିକ୍ତ ତହସିଲଦାର ପଦବୀକୁ ପଦୋନ୍ନତି କରିବା, ଅନବିଜ୍ଞ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ପରେ ରାଜସ୍ୱ ପରିଦର୍ଶକ ପଦବୀରେ ଅବସ୍ଥାପିତ କରିବା ଆଦି ଦାବି ସମ୍ପର୍କରେ କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । ଦାବି ପୂରଣ ନେଇ ସରକାର ଉଚିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ସଂଘର ଆନ୍ଦୋଳନ  ଆହୁରି ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

 

0
0
0
s2sdefault