ହେଡଲାଇନସ୍:

ଲୋକଙ୍କ ନିକଟରେ ରାଜସ୍ୱ ସେବାର ସୁଫଳ ପହଞ୍ଚାଉଛି "ରାଜସ୍ୱ ରଥ'

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-"ଟି' କାର୍ଯ୍ୟକ୍ରମ ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନେକ ଜନକୈନ୍ଦ୍ରିକ ସେବା ପ୍ରଦାନର ସୁବନ୍ଦୋବସ୍ଥ କରିଆସୁଛିା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାଗରିକମାନଙ୍କୁ ସୁବିଧାରେ ଜନସେବା ଯୋଗାଇଦେବା ପାଇଁ ସରକାରଙ୍କ ଗୁରୁତ୍ୱକୁ ବିଭାଗ ପ୍ରାଥମିକତା ଦେଇଆସିଛିା ବିବିଧ ରାଜସ୍ୱ ସେବା ଯଥା: ଦାଖଲଖାରଜ ମାମଲା ଓ ପ୍ରମାଣପତ୍ର ସେବାଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଅନ୍ଲାଇନରେ  କରାଯାଉଛିା କିନ୍ତୁ ଇଣ୍ଟରନେଟ୍ ସୁବିଧା ନଥିବା କିମ୍ବା ଡିଜିଟାଲ୍ ସାକ୍ଷରତାରହିତ ବ୍ୟକ୍ତିମାନେ ରାଜସ୍ୱ କାର୍ଯ୍ୟାଳୟ କିମ୍ବା "ମୋ ସେବା କେନ୍ଦ୍ର'କୁ କାର୍ଯ୍ୟ ପାଇଁ ଯାଉଛନ୍ତିା

କୋଭିଡ୍-୧୯ ମହାମାରୀ ସମୟରେ ସରକାରୀ କାର୍ଯ୍ୟାଳୟକୁ କିମ୍ବା ଅନ୍ୟ କେନ୍ଦ୍ରକୁ ଲୋକମାନେ ନଆସି ନିରବଚ୍ଛିନ୍ନ ଭାବେ ରାଜସ୍ୱ ସେବା ପାଇବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସମୟୋପଯୋଗୀ ତଥା ଅଭିନବ ପଦକ୍ଷେପ ସ୍ୱରୂପ "ରାଜସ୍ୱ ରଥ' ମାଧ୍ୟମରେ ସେବା ବିତରଣ କାର୍ଯ୍ୟକ୍ରମ ଚଳିତ ମାସ ଗତ ୧୩ ତାରିଖରେ ଶୁଭାରମ୍ଭ କରାଯାଇଥିଲାା ବିଗତ ଦୁଇ ସପ୍ତାହ ଲକ୍ଡାଉନ୍ ମଧ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାର ୧୨୮ରୁ ଉର୍ଧ୍ଵ  ତହସିଲରେ ସଫଳତାର ସହ ଆରମ୍ଭ କରାଯାଇପାରିଛିା ସହସ୍ରାଧିକ ହିତାଧିକାରୀ ଏହା ଦ୍ୱାରା ଲାଭବାନ ହୋଇଛନ୍ତିା

ଉଦାହରଣ ସ୍ୱରୂପ କଳାହାଣ୍ଡି ଜିଲ୍ଲାର ଜୟପାଟଣା ତହସିଲରେ ସପ୍ତାହକ ମଧ୍ୟରେ ଉପକୃତ ହୋଇଛନ୍ତି ୨୧୪ ଜଣ ହିତାଧିକାରୀା ସେମାନ ଙ୍କ ମଧ୍ୟରୁ ୧୦୦ ଜଣଙ୍କୁ "ବସୁନ୍ଧରା' ତ ଥା ଘରଡିହ ଆଦି ବିବିଧ ପଟ୍ଟା ବଣ୍ଟନ କରାଯାଇଥିବାବେଳେ ୨୫ ଜଣଙ୍କୁ ପଟ୍ଟା ନକଲ ତଥା ୮୯ ଜଣଙ୍କୁ ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଆଦି ବିବିଧ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲାା ନିକଟରେ ଏହି ସେବା ସମଗ୍ର ରାଜ୍ୟରେ ଉପଲବ୍ଧ କରାଇବାର ଲକ୍ଷ୍ୟ ରଖାଯାଇଛିା ଲୋକଙ୍କ ନିକଟରେ ପହଂଚି  "ରାଜସ୍ୱ ରଥ' ମାଧ୍ୟମରେ କମ୍ପ୍ୟୁଟର  ଓ ଇଣ୍ଟରନେଟ୍ ଦ୍ୱାରା ବିଭିନ୍ନ ସେବା ନିମନ୍ତେ ଅନ୍ଲାଇନ୍ ଆବେଦନଠାରୁ ଆରମ୍ଭ କରି ଦାଖଲଖାରଜ ମାମଲା, କିସମ ପରିବର୍ତ୍ତନ ମାମଲାର ସମାଧାନ, ପଟ୍ଟା ଓ ବିବିଧ ପ୍ରମାଣପତ୍ର ବଣ୍ଟନ ଆଦି ରାଜସ୍ୱ ସେବା ଯୋଗାଇବା ଦ୍ୱାରା ସରକାରୀ କାର୍ଯ୍ୟାଳୟ ସହିତ ଜନସାଧାରଣଙ୍କର ପ୍ରତ୍ୟକ୍ଷ ଯୋଗାଯୋଗକୁ ହ୍ରାସ କରାଯାଇପାରିଛିା କୋଭିଡ୍-୧୯ ମହାମାରୀ କୋପରୁ ଜନସାଧାରଣ, କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜସ୍ୱ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ବାରଣ ନିର୍ଦ୍ଦେଶନାମାର ପାଳନ କରାଯାଇପାରୁଛିା କୋଭିଡ୍-୧୯ ମହାମାରୀ ବିପଦ ସମୟରେ ରାଜସ୍ୱ ସେବା ବିତରଣର ଏହି ଅଭିନବ ଉପାୟ ଜନସାଧାରଣଙ୍କ ଦ୍ୱାରା ବହୁଳ ଭାବେ ଆଦୃତ ହେବାରେ ଲାଗିଛିା 

 

 

0
0
0
s2sdefault