ହେଡଲାଇନସ୍:

ଏସଆରସି ପ୍ରଦୀପ ଜେନାଙ୍କ ଅପିଲ : କ୍ଷୟକ୍ଷତି ଆକଳନ ବେଳେ ସତର୍କ ଓ ଯତ୍ନବାନ ରୁହନ୍ତୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

" ଯୋଗ୍ୟ ହିତାଧିକାରୀ ବାଦ ନପଡ଼ନ୍ତୁ, ଅଯୋଗ୍ୟଙ୍କୁ ସାମିଲ କରନ୍ତୁ ନାହିଁ" 

ଭୁବନେଶ୍ୱର (ଶାସକ ପ୍ରଶାସକ) : ବାତ୍ୟା  କ୍ଷୟକ୍ଷତି ଆକଳନ ବେଳେ କୌଣସି ଯୋଗ୍ୟ ବ୍ୟକ୍ତି ବାଦ ପଡିବା ଅବା ଅଯୋଗ୍ୟ ବ୍ୟକ୍ତି ସାମିଲ ହେବା ଭଳି ଘଟଣା ନ ଘଟେ ସେଥିପାଇଁ ସରକାରୀ ଅଧିକାରୀ, କର୍ମଚାରୀ ସର୍ବୋପରି ଲୋକମାନେ ସତର୍କ ରହିବାକୁ ଅପିଲ କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ ଜେନା |  

ଏସଆରସି ତଥା ଏସିଏସ ଶ୍ରୀ ଜେନା ଆଜି ଟୁଇଟ କରି କହିଛନ୍ତି ଯେ, ରାଜ୍ୟ ଏସଆରସି ଗାଇଡଲାଇନ ଆଧାରରେ ସାଇକ୍ଲୋନ୍ ୟାସ୍ ଜନିତ କ୍ଷୟକ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଏଥିପାଇଁ ଆବଶ୍ୟକ ଅତିରିକ୍ତ ଅଧିକାରୀ ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି | କ୍ଷୟକ୍ଷତିର ଉଚିତ ମୂଲ୍ୟାଙ୍କନ ପାଇବାକୁ ଚେଷ୍ଟା କରାଯାଉଛି  | ଏଥିରେ ସହଯୋଗ କରିବାକୁ ଲୋକମାନଙ୍କୁ ଅନୁରୋଧ କରାଯାଉଛି | କୌଣସି  ଅଯୋଗ୍ୟ ଲୋକଙ୍କୁ  ଅନ୍ତର୍ଭୂକ୍ତ କରାଯିବା ଉଚିତ୍ ନୁହେଁ | ଗରିବ ଏବଂ ପ୍ରଭାବିତ ଲୋକଙ୍କ ସଠିକ୍ ମୂଲ୍ୟାଙ୍କନ କରାଯିବା ଆବଶ୍ୟକ | କୌଣସି ଅଯୋଗ୍ୟ ବ୍ୟକ୍ତି  ଅନ୍ତର୍ଭୂକ୍ତ ନହେବା ନିଶ୍ଚିତ କରିବାକୁ ଆମକୁ ଅଧିକ ସଚେତନ ଏବଂ ସଜାଗ ରହିବାକୁ ପଡିବ | ସର୍ବୋପରି କୌଣସି  ଯୋଗ୍ୟ ବ୍ୟକ୍ତି ଯେମିତି ବାଦ ନପଡ଼ନ୍ତୁ  | ଯେଉଁ ଲୋକଙ୍କର ପକ୍କା ଘର (ମୁଖ୍ୟ ଆବାସିକ ୟୁନିଟ୍) ଥିବ, ସେମାନେ ଯୋଗ୍ୟ ବିବେଚିତ ହେବେ ନାହିଁ | ଭ୍ରଷ୍ଟାଚାର ଅଭ୍ୟାସରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ନିବେଦନ କରୁଛି  | ଆମେ ଟିକେ ସତର୍କ ରହିଲେ ବା ଯତ୍ନବାନ ହେଲେ ନିଶ୍ଚିତ ଭାବେ ସଠିକ ଓ ଭଲ ପରିଣାମ ପାଇବା " |  

0
0
0
s2sdefault