ହେଡଲାଇନସ୍:

ଓଡ଼ିଶା ମୋ- ପରିବାର "ଜୀବନ ବିନ୍ଦୁ" ଆନୁକୂଲ୍ୟରେ ରକ୍ତଦାନ ଶିବିର : ୨୬ ୟୁନିଟ୍ ରକ୍ତ ସଂଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୋଭିଡ୍ ମହାମାରୀ ସମୟରେ ଯେପରି ରକ୍ତର ଅଭାବ ନ ହେବ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଓଡ଼ିଶା ମୋ- ପରିବାର "ଜୀବନ ବିନ୍ଦୁ" ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ-ପରିବାର ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଇନ୍ଦିରା ପଟ୍ଟନାୟକଙ୍କ ନେତୃତ୍ୱରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । 

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜ , ଜିଲ୍ଲା ବିଜେଡି ଛାତ୍ର ସଭାପତି ବିଶ୍ୱଜିତ ତ୍ରିପାଠୀ , ବିଜେଡି ନଗର ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ , ଯୁବନେତା ସୁଜିତ କୁମାର ଦାସ , ଶାନ୍ତିଲତା ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଶିବିରରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

0
0
0
s2sdefault