ହେଡଲାଇନସ୍:

ଅଙ୍ଗନବାଡି କର୍ମୀ ସହାୟିକା ମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ଯୋଗୁଁ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଏସୋସିଏସନ୍ , ଗଜପତି ଜିଲ୍ଲାଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମହିଳା-ଶିଶୁ ବିକାଶ ମନ୍ତ୍ରୀଙ୍କୁ କୃତଜ୍ଞତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ସମସ୍ତ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧା ମାନ୍ୟତା ସହ ବିମାଭୁକ୍ତ କରିବା ଓ କାର୍ଯ୍ୟରତ ସମୟରେ ପ୍ରାଣହାନି ଘଟିଲେ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବା ଯୋଗୁଁ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍  ୱାର୍କର୍ସ ଏସୋସିଏସନ୍ ଗଜପତି ଜିଲ୍ଲାଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମହିଳା-ଶିଶୁ ବିକାଶ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । 

ଏଠାରେ ସୂଚନା ଯୋଗ୍ୟ ଯେ , କରୋନାର ଦ୍ଵିତୀୟ ଲହର ସମୟରେ ସମସ୍ତ ଅଙ୍ଗନବାଡି କର୍ମଚାରୀଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣଭାବେ ଅଣଦେଖା କରାଯାଉଥିବା ପ୍ରତିବାଦରେ ରାଜ୍ୟସଂଘ ପକ୍ଷରୁ ଏକ ୬ ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହିଳା-ଶିଶୁ ବିଭାଗ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । 

ସେହି ଦାବୀ ଗୁଡିକୁ ଗୁରୁତର ସହ ବିଚାରକୁ ନେଇ ରାଜ୍ୟ ସରକାର ତଥା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର  ସମସ୍ତ ଜିଲ୍ଲାର  ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (ଡିଏସଡବ୍ଲ୍ୟୁଓ) ଙ୍କୁ ଲିଖିତ ଭାବେ ପତ୍ର ଦିଆଯାଇଥିଲା ଯେ ପ୍ରଧାମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅନ୍ତର୍ଗତ ରାଜ୍ୟର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ବିମାଭୁକ୍ତ କରାଯିବା ସହ କରୋନାରେ କାର୍ଯ୍ୟରତ ଥିବା ସମୟରେ ପ୍ରାଣହାନୀ ଘଟିଲେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ । ଏଥିସହିତ ଅନ୍ୟ ସମସ୍ତ ଦାବୀ ଗୁଡିକୁ ମଧ୍ୟ ରାଜ୍ୟ ସରକାର ମାନି ନେଇଥିବା ଯୋଗୁଁ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ , ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ସମେତ ଜିଲ୍ଲାପାଳ , ବିଡ଼ିଓ , ଡିଏସଡବ୍ଲ୍ୟୁଓ , ସିଡିପିଓ ପ୍ରମୁଖଙ୍କୁ  ଧନ୍ୟବାଦ ଓ ସାଧୁବାଦ ଦେବାସହ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।

 ସଂଘର ସମସ୍ତ ଭଉଣୀ ମାନଙ୍କ ଦୃଢ ଏକତା ବଳରେ ଏହା ସମ୍ଭବ ହୋଇପାରିଥିବା ଯୋଗୁଁ ସଂଘର ସମସ୍ତ ଅଙ୍ଗନବାଡି ଭଉଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯିବା ସହ ଆଗାମୀ ଦିନରେ ଏହିଭଳି ଏକତା ବଜାୟ ରଖିଲେ ଆମପ୍ରତି କୌଣସି ସମସ୍ୟା ଆସିବ ନାହିଁ ବୋଲି ଏକ ଲିଖିତ ପ୍ରେସବାର୍ତ୍ତା ମାଧ୍ୟମରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଏସୋସିଏସନ୍ ର ସାଧାରଣ ସମ୍ପାଦିକା ଝୁନୁପମା ଶତପଥୀ ଜଣାଇଛନ୍ତି।

  ଏଥିସହିତ ଅଙ୍ଗନବାଡି ଭଉଣୀ ମାନଙ୍କ ଏକତା ପ୍ରତି ସମସ୍ତଙ୍କୁ ଧନ୍ୟବାଦ ଓ ଆମର ଯଥାର୍ଥ ଦାବି ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସମସ୍ତ ଅଙ୍ଗନବାଡି ଭଉଣୀ ଓ ସହସୟିକା ମାନଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦାନ କରିଥିବା ଯୋଗୁଁ ରାଜ୍ୟସଂଘର ଜିଲ୍ଲାଶାଖା ପକ୍ଷରୁ ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ପାଣିଗ୍ରାହୀ , ସାଧାରଣ ସମ୍ପାଦିକା ପୁଷ୍ପାଞ୍ଜଳୀ ପଣ୍ଡା ଓ କୋଷାଧ୍ୟକ୍ଷା ଅଞ୍ଜଳୀ ନାୟକ ପ୍ରମୁଖ ସେମାନଙ୍କ ସମେତ ଜିଲ୍ଲା ପ୍ରଶାସନଙ୍କୁ  ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault