ହେଡଲାଇନସ୍:

କୋଭିଡରେ  ନିଜ ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିଏମ୍ କେୟାର୍ସ ପାଣ୍ଠିରୁ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳ ନେତୃତ୍ୱର ଆଉ ଏକ ଉଦାହରଣ - ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – କୋଭିଡ୍ ମହାମାରୀରେ ନିଜ ବାପା ମାଙ୍କୁ ହରାଇଥିବା ଶିଶୁଙ୍କୁ ପିଏମ କେୟାର୍ସ ପାଣ୍ଠିରୁ ଶିକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ସେମାନଙ୍କୁ ୧୮ ବର୍ଷ ବୟସରୁ ଷ୍ଟାଇପେଣ୍ଡ୍ ଏବଂ ୨୩ ବର୍ଷ ବୟସରେ ୧୦ ଲକ୍ଷ ଟଙ୍କା, ସ୍ୱାସ୍ଥ୍ୟ ସୁରକ୍ଷା ସହ ଅନ୍ୟାନ ବ୍ୟବସ୍ଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ୟ ଏକ ସମ୍ବେଦନଶୀଳ ନେତୃତ୍ୱର ଉଦାହରଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଭବିଷ୍ୟତକୁ ସହାଯ୍ୟ କରିବା ପାଇଁ ଭାରତ ସରକାର ସବୁପ୍ରକାର ପଦକ୍ଷେପ ନେଉଛନ୍ତି । ଭାରତର କୋଭିଡ୍-୧୯ ବିରୋଧୀ ମୁକାବଲାରେ ପିଏମ କେୟାର୍ସ ଫଣ୍ଡ୍ ସହାୟକ ହୋଇଥିବା ବେଳେ ଦେଶରେ ଶିଶୁଙ୍କ ସୁରକ୍ଷା ତଥା ବିକାଶ ପାଇଁ ଭାରତ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପକୁ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି ।

ସୂଚନାଯୋଗ୍ୟ, କୋଭିଡ-୧୯ କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ସହାୟତା ଦେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କୋଭିଡ ୧୯ କାରଣରୁ ନିଜ ମାତାପିତା ସେମାନଙ୍କ ଯତ୍ନ    ନେଉଥିବା ଅଭିଭାବକ ଙ୍କୁ ହରାଇଥିବା ଶିଶୁମାନଙ୍କୁ ‘ଶିଶୁଙ୍କ ଲାଗି ପିଏମ କେୟାର୍ସ’ ଯୋଜନାରେ ଆର୍ଥôକ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବା ନେଇ ନିଷ୍ପତି ନିଆଯାଇଛି  ।

-

0
0
0
s2sdefault