ହେଡଲାଇନସ୍:

ଅସହାୟ ମହିଳା ଓ ଦୁଇ ବର୍ଷର ଶିଶୁଙ୍କୁ ସାହା ହେଲେ ଡାକ୍ତର ତ୍ରିଶୁଳ ସେନାପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେଶରେ ଲକ୍ ଡାଉନ୍ ଚାଲିଥିବା ବେଳେ ପ୍ରବାସୀ ଶ୍ରମିକମାନେ ନିଜ ଘର ମୁହାଁ ହେଉଛନ୍ତି  । ଦିଲ୍ଲୀରେ ଶ୍ରମିକ ଭାବେ ବଲାଙ୍ଗୀର ଜିଲ୍ଲାର ପ୍ରଦୀପ କିଷାନ(୩୨) ଓ ତାଙ୍କ ସ୍ତ୍ରୀ ଅନୀତା କିଷାନ(୨୬) କୁଲି ମଜୁରୀ କରି ଚଳି ଆସୁଥିଲେ । ଲକ୍ ଡାଉନ୍ ଘୋଷଣା ହେବା ପରେ ପ୍ରଦୀପ କାମ ନ ପାଇ ନିଜ ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁପୁତ୍ରକୁ ଧରି ଟ୍ରେନ ଯୋଗେ କାନପୁର ଷ୍ଟେସନ୍‌ରେ ଛାଡି ଦିଲ୍ଲୀ ଚାଲି ଯାଇଥିଲେ । ହେଲେ ମହିଳା ଜଣଙ୍କ ଅସହାୟ ଅବସ୍ଥାରେ ନିଜର ଦୁଇ ବର୍ଷର ଶିଶୁପୁତ୍ରକୁ ଧରି ବହୁ ଦୁଃଖ କଷ୍ଟରେ ବିଶାଖାପାଟଣାରେ ପହଞ୍ଚି ଥିଲେ। ତାଙ୍କ ପାଖରେ କିଛି ଟଙ୍କା ପଇସା ନଥିବାରୁ ଥାନା କର୍ମଚାରୀ ଓ କିଛି ଲୋକଙ୍କୁ ଖାଇବା ମାଗିବା ସହ କିଛି ଟଙ୍କା ମାଗି ବିଭିନ୍ନ ଗାଡି ପରିବର୍ତ୍ତନ କରି  ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ। ସେଠାରୁ ସେ କେତେ ବେଳେ ଚାଲିଚାଲି ତ ଆଉ କେତେ ବେଳେ ଅଟୋ ଯୋଗେ ବ୍ରହ୍ମପୁର ଓ ବ୍ରହ୍ମପୁରରରୁ ଯାଇ ମୋହନାରେ ପହଞ୍ଚିଥିଲେ। 

ମହିଳା ଜଣକ ଶିଶୁ ପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବାରୁ ଚିକିତ୍ସା ପାଇଁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତ୍ରିଶୁଳ ସେନାପତିଙ୍କ ପାଖରେ  ପହଞ୍ଚିଥିଲେ ।  ସେଠାରେ ମହିଳା ଜଣକ ତାଙ୍କ ଯାତ୍ରାକାଳର ଦୁଖଃଭରା କାହାଣୀ ବର୍ଣ୍ଣନା କରିଥିଲେ। 

ଡାକ୍ତର ସେନାପତି ତାଙ୍କର କରୋନା ଟେଷ୍ଟ କରାଇଥିଲେ। ତାଙ୍କୁ ଡାକ୍ତରଖାନାରେ ଶ୍ରୀ ସେନାପତି ରହିବା ଓ ଖାଦ୍ୟ ବ୍ୟବସ୍ଥା କରାଇଥିଲେ। ଏହି ଖବର ଶୁଣି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ , ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡା , ସ୍ଵାସ୍ଥ୍ୟୁ ଅଧିକାରିଣୀ ଡ. ନାମିତା ପଣ୍ଡା , ବିଡିଓ ସାର୍ଥକ ସୌରଭ ମହାପାତ୍ର , ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ଓ ଗଣମାଧ୍ୟମ ପ୍ରତିନିଧି ପଞ୍ଚାନନ ଦାଶ , ଅଂଶୁମାନ ପଣ୍ଡା , ମନ୍ମଥ ମିଶ୍ର ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ଗୁରୁବାର ଦିନ ମଧ୍ୟାହ୍ନ ସମୟରେ ମୋହନାରେ ଥିବା ଏକ ଏନଜିଓ "ନହ୍ନେମୁହ୍ନେ" ଗୃହରେ ଛଡାଯାଇଛି। ମାଆ ଓ ଶିଶୁ ଉଭୟେ ସୁସ୍ଥ ଓ ସୁରକ୍ଷିତ ଥିବା ଜଣାପଡିଛି।

0
0
0
s2sdefault