ହେଡଲାଇନସ୍:

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତିକୁ ପ୍ରଧାନମନ୍ତ୍ରୀଙ୍କ ଭୁୟସୀ ପ୍ରଶଂସା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ୟସ କ୍ଷତିଗ୍ରସ୍ତ ଅଂଚଳର ସ୍ଥିତି  ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଆକାଶ ମାର୍ଗରୁ କଲେ ନିରୀକ୍ଷଣ 

ତୁରନ୍ତ ସହାୟତା ମାଗିଲେନି ମୁଖ୍ୟମନ୍ତ୍ରୀ, ଦୀର୍ଘସ୍ଥାୟୀ ସମାଧାନ ପାଇଁ ରଖିଲେ ଅନୁରୋଧ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ୟସ କ୍ଷତିଗ୍ରସ୍ତ ଅଂଚଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତ କ୍ଷରିଛନ୍ତି | ଭୁବନେଶ୍ୱରରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବା ପରେ ଆକାଶମାର୍ଗରୁ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ସମ୍ପ୍ରତି ଦେଶ କୋଭିଡି ମହାମାରୀର ଶୀର୍ଷ ସ୍ଥିତିକୁ ସମ୍ମୁଖୀନ ହୋଇଥିବା ବେଳେ କେନ୍ଦ୍ର ଉପରେ ଅଧିକ ଚାପ ସୃଷ୍ଟି ନକରିବା ପାଇଁ  ସମୀକ୍ଷା ବୈଠକ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରଠାରୁ ତୁରନ୍ତ ସହାୟତା ବାବଦରେ କୌଣସି ଟଙ୍କା ମାଗିନାହାନ୍ତି । ହେଲେ ବୈଠକ ଅବସରରେ  ବିପର୍ଯ୍ୟୟର ଦୀର୍ଘସୂତ୍ରୀ ସ୍ଥାୟୀ ପ୍ରତିକାର ଓ ପ୍ରସ୍ତୁତି ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ  । ବୈଠକରେ ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକଳାପକୁ ଭୁୟସୀ ପ୍ରଶଂସା କରିଛନ୍ତି | ଓଡିଶା ସରକାରଙ୍କ ସଫଳ ପରିଚାଳନା ଦ୍ୱାରା ସର୍ବନିମ୍ନ ପ୍ରାଣହାନି ଘଟିଛି ବୋଲି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । 

ବାତ୍ୟା ପ୍ରକୋପରୁ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୁଖତଃ ଦୁଇଟି ଦୀର୍ଘସୂତ୍ରୀ ସ୍ଥାୟୀ ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଥମତଃ, ବାତ୍ୟାକୁ ସମ୍ଭାଳିପାରୁଥିବା ଭିତ୍ତିଭୂମି ଓ ବିଦ୍ୟୁତ ବ୍ୟବସ୍ଥା । ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମେ ୮ ମିନିଟ୍ ର ଏକ ବାତ୍ୟା ସମ୍ବଳିତ ଭିଡ଼ିଓ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା । ପରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ପାୱାର୍ ପଏଣ୍ଟ ପ୍ରେଜେଣ୍ଟେସନ୍ ପ୍ରଧାନମନ୍ତ୍ରୀଙ୍କ ସମକ୍ଷରେ ରଖାଯାଇଥିଲା |  ଏହାପରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ମୁଖ୍ୟମନ୍ତ୍ରୀ ତାଙ୍କର ଦାବି ରଖିଥିଲେ । ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆମେ ତୁରନ୍ତ ଆର୍ଥିକ ସହାୟତା ମାଗିନାହୁଁ । ୭ ଦିନ ଭିତରେ କ୍ଷୟକ୍ଷତିର ଆକଳନ ସରିଲା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି  କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,  ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ ଓ ଡିଜିପି ଶ୍ରୀ ଅଭୟ ଉପସ୍ଥିତ ଥିଲେ ।

ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ଭଦ୍ରକ ଓ ବାଲେଶ୍ୱର ବାତ୍ୟାଞ୍ଚଳକୁ ଆକାଗମାର୍ଗରୁ ପରିଦର୍ଶନ କରିଥିଲେ । 

0
0
0
s2sdefault