ହେଡଲାଇନସ୍:

ସୂଚନା ପ୍ରଦାନ ଜନସାଧାରଣଙ୍କୁ ଅଧିକ ସଚେତନ ଓ ସଶକ୍ତ କରିବ -ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୂଚନା ଅଧିକାରୀମାନଙ୍କ  କାର୍ଯ୍ୟଧାରାକୁ ଅଧିକ  ପ୍ରଭାବୀ କରିବାକୁ ପରାମର୍ଶ

ଭୁବନେଶ୍ୱର: ତ୍ୱରିତ ଓ ସଠିକ ଭାବରେ ସୂଚନା ପ୍ରଦାନ ଜନସାଧାରଣଙ୍କୁ ସଚେତନ ଓ ସଶକ୍ତ କରିଥାଏ । ଫଳରେ ସେମାନଙ୍କୁ ସରକାରୀ କାର୍ଯ୍ୟକ୍ରମର ସଫଳତା  ପାଇବା ସହଜ ହୋଇଥାଏ । ଏଣୁ  ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମାନ୍ୟବର ମନ୍ତ୍ରୀ ତଥା ସଂପୃକ୍ତ ବିଭାଗ ସହିତ ନିୟୋଜିତ ସୂଚନା ଅଧିକାରୀମାନେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସେମାନଙ୍କର ସୂଚନା ପ୍ରଦାନ କାର୍ଯ୍ୟଧାରାକୁ  ଆହୁରି  ଉନ୍ନତତର ଓ ପ୍ରଭାବୀ କରିବା  ସହ  ସଂପୃକ୍ତ ବିଭାଗ ଏବଂ ନୋଡାଲ ବିଭାଗ ଭାବେ ସୂଚନା ଓ ଲୋକ ସମ୍ପର୍କ  ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ଏହି ମର୍ମରେ  ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀ ବିଷ୍ଣୁପଦ ସେଠୀ ସୂଚନା ଅଧିକାରୀମାନଙ୍କୁ ଆବଶ୍ୟକ ନିଦେ୍ର୍ଧଶ ଓ ଗୁରୁତ୍ୱପୂର୍ଣ୍ଣ  ପରାମର୍ଶ ଦେଇଛନ୍ତି ।  

           ଏହି ପରିପ୍ରେକ୍ଷୀରେ ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ବିଭିନ୍ନ  ବିଭାଗ ସହ ସଂଯୁକ୍ତ  ସୂଚନା ଅଧିକାରୀମାନେ ମାନ୍ୟବର ମନ୍ତ୍ରୀମାନଙ୍କୁ ନିୟମିତ ଭାବେ ପ୍ରକାଶିତ ସଂବାଦ ସୂଚନା ପ୍ରଦାନ କରିବା ସହିତ ସ୍ୱତଃପ୍ରବୃତ ଭାବେ ବିଭିନ୍ନ ବିଭାଗୀୟ ଉନ୍ନୟନମୂଳକ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବା, ଉଚ୍ଚସ୍ତରୀୟ ବୈଠକ ରେ ଯୋଗଦେବା ସହିତ ତଥ୍ୟ ସଂଗ୍ରହ ଓ ତାହାର ଅନୁଶୀଳନ କରି ଗଣମାଧ୍ୟମ ପାଇଁ ପ୍ରେସ୍ ବିବୃତ୍ତି ପ୍ରସ୍ତୁତ କରନ୍ତୁ ।  ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଯୋଜନା,ନୀତି, ନିଷ୍ପତ୍ତି ଆଦି ସମ୍ପର୍କରେ ବିଭାଗୀୟ ବରିଷ୍ଠ  ଅଧିକାରୀମାନଙ୍କ ସହିତ ପରାମର୍ଶ କରି ସଫଳ କାହାଣୀ ପ୍ରସ୍ତୁତ କରିବାକୁ  ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲା,ତହସିଲ,ବ୍ଲକ, ଗ୍ରାମ ପଂଚାୟତ ସ୍ତରରେ ହେଉଥିବା ଭଲ ଭଲ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ସହିତ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ,ଯାହା ସିଧାସଳଖ ଲୋକମାନଙ୍କର ଜୀବନଶୈଳୀ ଉପରେ ପ୍ରଭାବ ପକାଇବ, ସେସବୁର ପ୍ରଚାର ପ୍ରସାର  ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।     

            ପ୍ରମୁଖ ଶାସନ ସଚିବ, ତୃଣମୂଳସ୍ତରରେ ଥିବା ଜନସାଧାରଣଙ୍କୁ ନାଗରିକ-କୈନ୍ଦ୍ରିକ  ସେବା ପ୍ରଦାନ ପାଇଁ ସୂଚନା ପ୍ରଦାନ ପ୍ରଥମ ଓ ସବୁଠାରୁ ମହତ୍ୱପୂର୍ଣ୍ଣ ଅଗ୍ରାଧିକାର ରହିବ ବୋଲି  କହିବା ସହିତ ରାଜ୍ୟ ସରକାରଙ୍କ “ମୋ ସରକାର” ଅଧିନରେ ଲୋକଙ୍କ ମତାମତ ହିଁ ସୁଶାସନର ପ୍ରମାଣ ବହନ କରେ ବୋଲି ପ୍ରକାଶ କରିଛନ୍ତି ।  ବୈଷୟିକ ଜ୍ଞାନକୌଶଳ କୁ ଉପଯୋଗ କରି ଆମେ ଆମର ଯୋଗାଯୋଗ ବ୍ୟବସ୍ଥାରେ ଅଧିକ ଉନ୍ନତି କରି ଜନସାଧାରଣଙ୍କୁ ସରକାର କଣ କରୁଛନ୍ତି, ସେ ସଂପର୍କରେ ସୂଚନା ପ୍ରଦାନ କରିବା ଆବଶ୍ୟକ, ଯାହା ଫଳରେ ସରକାରଙ୍କ  କାର୍ଯ୍ୟ ସଂପର୍କରେ ଲୋକଙ୍କ ମତାମତ  ମିଳିପାରିବ । ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟ-ସ୍ୱଚ୍ଛତା , ବୈଷୟିକ  ବିଦ୍ୟା, ସମ୍ମିଳିତ କାର୍ଯ୍ୟ  ଏବଂ ସମୟାନୁସାରେ କାର୍ଯ୍ୟ  ବିଭାଗର ରୂପାନ୍ତରଣକୁ ଅଧିକ ତ୍ୱରାନ୍ୱିତ କରିବାରେ ସହାୟକ   ହୋଇପାରିବ । ୫-ଟି ଆଧାରରେ ସରକାରଙ୍କ ସଫଳତାର ପ୍ରତିବିମ୍ବକୁ  ବଜାୟ ରଖିବା ଏବଂ  ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାକୁ ଲୋକଲୋଚନକୁ ଆଣିବା ଦିଗରେ ସୂଚନା ଅଧିକାରୀମାନେ  ନିରନ୍ତର ଉଦ୍ୟମ ଜାରି ରଖିବାକୁ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି  ।  ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ  ସାଧନ ନିମନ୍ତେ  ଯୋଜନାର କାର୍ଯ୍ୟକାରିତାରେ ନିୟମିତ ଭାବରେ ଜନସାଧାରଣଙ୍କ ସମ୍ପୃକ୍ତି ବୃଦ୍ଧି କରିବାକୁ ପ୍ରଚେଷ୍ଟା ଜାରି ରଖିବାକୁ ସେ ମଧ୍ୟ କହିଛନ୍ତି । 

          ଏହି ପରିପ୍ରେକ୍ଷୀରେ ପ୍ରମୁଖ ଶାସନ ସଚିବ  କହିଥିଲେ ଯେ,  ସେ ବିଭିନ୍ନ ବିଭାଗରେ ସୂଚନା ଅଧିକାରୀମାନେ କାର୍ଯ୍ୟ କରୁଥିବା ଦେଖି  ଆସୁଛନ୍ତି । ତନ୍ମଧ୍ୟରୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ  କେତେକ ବିଭାଗରେ କାର୍ଯ୍ୟରତ ସୂଚନା ଅଧିକାରୀମାନଙ୍କ କାର୍ଯ୍ୟଧାରାକୁ ସେ ପ୍ରଶଂସା କରିବା ସହିତ ସମସ୍ତ ସୂଚନା ଅଧିକାରୀମାେନେ  ଅଧିକ ଆଗ୍ରହର ସହିତ ସେମାନଙ୍କର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବାକୁ ସେ ଆବଶ୍ୟକ  ପରାମର୍ଶ ଓ ନିର୍ଦ୍ଦେଶ  ଦେଇଛନ୍ତି ।  ଅନୁରୂପ ଭାବେ ଜିଲ୍ଲାରେ କାର୍ଯ୍ୟରତ  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ  ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନେ ସେମାନଙ୍କର କାର୍ଯ୍ୟଧାରାକୁ  ଅଧିକ ପ୍ରଭାବୀ  କରିବାକୁ ସେ ମଧ୍ୟ ପରାମର୍ଶ ଦେଇଛନ୍ତି ।  

 

0
0
0
s2sdefault