ହେଡଲାଇନସ୍:

ଅଙ୍ଗନବାଡି କର୍ମୀ ଓ ସୁପରଭାଇଜରଙ୍କୁ ମିଳିଲା ମୋବାଇଲ କିଟ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ଆଦେଶରେ ସମନ୍ନିତ ଶିଶୁ ବିକାଶ ବିଭାଗ ଦ୍ୱାରା ମୋହନା ବ୍ଳକର ୩୯ଟି ପଞ୍ଚାୟତରେ କାର୍ଯ୍ୟରତ ଥିବା ୬୫୦ ଜଣଙ୍କୁ ମୋବାଇଲ କିଟ୍ ବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ଅଙ୍ଗନବାଡି କର୍ମୀ ୬୩୨ ଓ ସୁପରଭାଇଜରଙ୍କୁ ୧୮ ଟି ମୋବାଇଲ କିଟ୍ ବଣ୍ଟନ କରାଯାଇଛି। ଏହି କିଟ୍ ରେ ଗୋଟିଏ ମୋବାଇଲ , ପାୱ।ର ବେଙ୍କ , ମେମୋରୀ କାର୍ଡ ରହିଛି। 

ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲ୍ଲିକଙ୍କ ଉପସ୍ଥିତିରେ ଏହି ସମସ୍ତ କିଟ୍ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଇସିଡିଏସ କାର୍ଯ୍ୟାଳୟର କନିଷ୍ଠ ସହାୟକ ଶିବଶଙ୍କର ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

0
0
0
s2sdefault