ହେଡଲାଇନସ୍:

ଖୋଲା ରହିବ ଆହାର କେନ୍ଦ୍ର : ସାଙ୍ଗରେ ନେଇହେବ ଖାଦ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

AAHAAR :: Kendra List

ଭୁବନେଶ୍ୱର- : ଲକଡାଉନ୍‍ ସମୟରେ ଆହାର କେନ୍ଦ୍ର ଖୋଲା ରହିବ । ତେବେ ଗହଳି ହ୍ରାସ ପାଇଁ ଲୋକେ ଏଠାରୁ ସାଙ୍ଗରେ ଖାଦ୍ୟ ନେଇପାରିବେ ଏବଂ ଆହାର କେନ୍ଦ୍ରରେ ପ୍ଲାଷ୍ଟିକ ବ୍ୟବହାର ହେବନାହିଁ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏହି ମର୍ମରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଏବଂ ପୌର ପରିପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପତ୍ରଲେଖି ଅବଗତ କରାଯାଇଛି ।

ଏଥିରେ ଦର୍ଶାଯାଇଛି ଯେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶାନୁସାରେ  ରାଜ୍ୟରେ ଆହାର କେନ୍ଦ୍ରଗୁଡିକ ଖୋଲା ରହିବ । ଯେଉଁମାନେ ଆହାର କେନ୍ଦ୍ରକୁ ଆସିବେ ସେମାନେ ସେଠାରେ ଖାଇବା ବଦଳରେ ସାଙ୍ଗରେ ଖାଦ୍ୟ ନେଇ ଯାଇାପାରିବେ ।

ଆହାର କେନ୍ଦ୍ରରେ ଯେଭଳି କୋଭିଡ-୧୯ ମାର୍ଗଦର୍ଶିକା କଡାକଡି ଭାବେ ପାଳନ ହେବ ସେ ଦିଗରେ ନୋଡାଲ ଅଧିକାରୀମାନେ ପଦକ୍ଷେପ ନେବାକୁ କୁହାଯାଇଛି । କେତେ ଲୋକ ସାଙ୍ଗରେ ଖାଦ୍ୟ ନେଉଛନ୍ତି ତାହାର ହିସାବ ରଖିବା ସହିତ ଲକ୍‍ଡାଉନ୍‍ ସମୟରେ ଲୋକଙ୍କ ଆଗମନକୁ ଦୃଷ୍ଟିରେ ରଖି ଖାଦ୍ୟ ଯେଭଳି ନଷ୍ଟ ନହୁଏ ସେଥିପାଇଁ ମିଲ୍‍ ପ୍ରସ୍ତୁତ କରିବାକୁ କୁହଯାଇଛି ।

0
0
0
s2sdefault