ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନଏସିର ବସ ଷ୍ଟାଣ୍ଡ ଅଞ୍ଚଳରେ ଡ୍ରେନ ସମସ୍ୟା ଯୋଗୁଁ, ,ଟିକିଏ ବର୍ଷାରେ ଦୁର୍ଗା ମଣ୍ଡପରୁ କଦମ୍ବଛକ , ଡେଲି ମାର୍କେଟ ରାସ୍ତାରେ ପାଣି ଜମି ରହୁଛି । ଏଭଳି ପାଣି ଜମାଟ ବାନ୍ଧି ରହୁ ଥିବା ଯୋଗୁଁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେବା ସହ ମଶା ବଂଶ ବୃଦ୍ଧି ପାଇବାରେ ଲାଗିଛି।ଏ ସଂକ୍ରାନ୍ତରେ ଲୋକେ ରେଢାଖୋଲ ଏନଏସି କତ୍ତୃପକ୍ଷ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମାଧାନ ତ ଦୂରର କଥା ଏପରିକି ସମସ୍ୟାକୁ ଦେଖି ନ ଦେଖିଲା ସଦୃଶ୍ୟ ହେଉ ଅଛନ୍ତି। ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ଏଣୁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଯଥା ଶୀଘ୍ର ସମାଧାନ କରିବାକୁ ଦାବି ହେଉଛି।
ରାଜ୍ୟ
ସାମାନ୍ୟ ବର୍ଷାରେ ରେଢାଖୋଲ ବସ ଷ୍ଟାଣ୍ଡ ଅଞ୍ଚଳରେ ଆଣ୍ଠୁଏ ପାଣି, ଯାତାୟାତ ବାଧାପ୍ରାପ୍ତ।
- Hits: 873