-
୨୦୨୦-୨୧ ବର୍ଷରେ ଅଣ-ଟିକସ ଆୟରେ ୪୮.୬୩ % ବୃଦ୍ଧି
-
ଦୃତ ଅଭିବୃଦ୍ଧି ନିମନ୍ତେ ଅଧିକ ପୁଞ୍ଜିନିବେଶ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
-
ଜିବୀକା ଅବିବୃଦ୍ଧି ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର(ଶାସକ ପ୍ରଶାସକ) - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ବ୍ୟବସ୍ଥା ପ୍ରୟୋଗ ଯୋଗୁ ରାଜ୍ୟର ଆର୍ଥିକ କାର୍ଯ୍ୟ-ସଂପାଦନ ଦକ୍ଷତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକର ଆଲୋଚନାରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା ବିଭିନ୍ନ ବିଭାଗରେ ରାଜସ୍ୱ ସଂଗ୍ରହ ଏବଂ ଯୋଜନା ବାବଦ ଆବଣ୍ଟନର ବିନିଯୋଗ ବିଷୟରେ ସଦ୍ୟତନତଥ୍ୟ ଉପସ୍ଥାପନ କରିଥିଲେ ।
ବିଭାଗଓ୍ୱାରୀ ତଥ୍ୟର ସମୀକ୍ଷା କରି ଦୃତ ଅବିବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ଓ ସ୍କିମରେ ଦିଆଯାଇଥିବା ଅର୍ଥର ବିନିଯୋଗ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଅଧିକ ସଂଙ୍ଖ୍ୟକ ଜିବୀକା ନିର୍ବାହ ପନ୍ଥା ଅବିବୃଦ୍ଧି ସମ୍ବନ୍ଧିତ ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ପ୍ରମୁଖ ଶାସନ ସଚିବ ଶ୍ରୀ ମୀନା ଜଣାଇଥ#ଲେ ଯେ କୋଭିଡ୍ ସଟ୍ଡାଉନ୍ ଓ ଲକ୍ଡାଉନ୍ ଜନିତ ମାନ୍ଦା ଅବସ୍ଥାକୁ ଅତିକ୍ରମକରି ୨୦୨୦-୨୧ ମସିହାରେ ରାଜ୍ୟର ଅଣ-ଟିକସ ଆୟ ପୂର୍ବବର୍ଷ ଅପେକ୍ଷା ୪୮.୬୩ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ୧୪,୬୪୭ କୋଟି ଟଙ୍କା ଅଣ-ଟିକସ ବାବଦରେ ଆଦାୟ ହୋଇଥ#ବା ବେଳେ ୨୦୨୦-୨୧ ମସିହାରେ ୨୧,୭୭୦.୬୪ କୋଟିଟଙ୍କା ଆଦାୟ ହୋଇଛି । ସେହିପରି ନିଜସ୍ୱ ଟିକସ ବାବଦରେ ୨୦୧୯- ୨୦ ବର୍ଷରେ ୩୨,୩୧୫ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେଏହା ୩୪,୩୧୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ନିଜସ୍ୱ-ଟିକସ ବାବଦରେ ମଧ୍ୟ ଅବିବୃଦ୍ଧି ହାର ପୂର୍ବ ବର୍ଷ ତୁଳନାରେ ୭.୧୧ ପ୍ରତିଶତ ଅଧିକ ହୋଇଛିି । ରାଜସ୍ୱ ସଂଗ୍ରହ ବୃଦ୍ଧି ସହ ଆବଣ୍ଟିତ ଅର୍ଥ ବିନିଯୋଗରେ ମଧ୍ୟ ବୃଦ୍ଧି ଘଟିଛି । ୨୦୨୦-୨୧ ମସିହାର ମାର୍ଚ୍ଚ ଶେଷସୁଦ୍ଧା ସମୁଦାୟ ଅର୍ଥ ବିନିଯୋଗ ୧ ଲକ୍ଷ ୨୬ ହଜାର ୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ପ୍ରମୁଖ ଶାସନ ସଚିବ ଶ୍ରୀ ମୀନା ଆହୁରି ମଧ୍ୟ ଜଣାଇଥିଲେ ଯେ ଅର୍ଥ ବିଭାଗକୁ ବିଭିନ୍ନ ପ୍ରକଳ୍ପର ପ୍ରସ୍ତାବ ପ୍ରଦାନ ଏବଂ ପ୍ରକଳ୍ପଗୁଡିକର ଆର୍ଥିକ ଅନୁମୋଦନ ବ୍ୟବସ୍ଥାକୁ ପୂର୍ଣମାତ୍ରାରେ ଅନ୍ଲାଇନ୍ କରାଯାଇଛି । ଏହାଫଳରେ ଗୋଟିଏ ପ୍ରକଳ୍ପର ଅନୁମୋଦନ ସମୟରେ ବିଭିନ୍ନ ବର୍ଷ ପାଇଁ ଆବଶ୍ୟକ ପଡୁଥିବା ଅର୍ଥର ପ୍ରତିଶୃତିବଦ୍ଧ ବ୍ୟବସ୍ଥା କରାଯାଇପାରିବ । ଅନ୍ଲାଇନ୍ ଟ୍ୟାକ୍ସ୍ ପୈଠ ଏବଂ ଇଲେକ୍ଟ୍ରୋନିକ ରସିଦ ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ମଧ୍ୟ ଅଧିକ ସରଳ ଓ ସ୍ୱଚ୍ଛ କରିଛି । ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରଶାସନିକ ବିଭାଗମାନଙ୍କୁ ଅଧିକ ଆର୍ଥିକ କ୍ଷମତା ହସ୍ତାନ୍ତର ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଡ଼ି.ଏମ୍.ଏଫ୍ ଏବଂ ଓମ୍ବାଡସି ପ୍ରକଳ୍ପଗୁଡିକର ମଧ୍ୟ ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡିଥିଲା ଯେ ୨୦୨୧ ମାର୍ଚ୍ଚ ଶେଷସୁଦ୍ଧା ଡ଼ି.ଏମ୍.ଏଫ୍ ରେ ସମୁଦାୟ ୧୨,୩୭୬ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ଏହି ପାଣ୍ଠିରୁ ପ୍ରାୟ ୧୩,୭୪୯ କୋଟି ଟଙ୍କା ଆକଳନର ୧୯୪୯୬ ପ୍ରକଳ୍ପକୁ ଅନୁମୋଦ ଦିଆଯାଇଛି । ସୂଚନାଯୋଗ୍ୟ, ଏହି ପାଣ୍ଠି କ୍ରମାଗତଭାବେ ପ୍ରତି ବର୍ଷ ଆଦାୟ ହୋଇଥାଏ । ସେହିପରି ଓମ୍ବାଡସି-୨ୟ ପର୍ଯ୍ୟାୟରେ ୧୯,୦୦୦ କୋଟି ଟଙ୍କା ମିଳିଥିବାବେଳେ ୨୦୨୧ ମାର୍ଚ୍ଚ ଶେସେୁଦ୍ଧା ୧୪,୦୪୩ କୋଟି ଟଙ୍କା ଆକଳନର ୩୮ ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଡ଼ି.ଏମ୍.ଏଫ୍ ପାଣ୍ଠି ରେ ମଞ୍ଜୁର ହୋଇଥିବା ୧୯୪୯୬ ପ୍ରକଳ୍ପରୁ ବର୍ତ୍ତମାନସୁଦ୍ଧା ୧୨,୮୪୮ ପ୍ରକଳ୍ପ ପୂର୍ଣାଙ୍ଗ ହୋଇଛି । ଅନ୍ୟ ସମସ୍ତ ଡ଼ି.ଏମ୍.ଏଫ୍ ଏବଂ ଓମ୍ବାଡସି ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲୁରହିଛି ।
ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ରାଜ କୁମାର ଶର୍ମା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ୍ ଚୋପ୍ରା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମାଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ସ୍ୱତନ୍ତ୍ର ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଉ